ଦକ୍ଷିଣ-ପଶ୍ଚିମ ଜାପାନର ଓଇଟା ପ୍ରିଫେକ୍ଚରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୭୦ରୁ ଅଧିକ କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା ପ୍ରାୟ ୫.୪୫ ସୁଦ୍ଧା ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି…
Category: ଦେଶ ବିଦେଶ
ଦିଲ୍ଲୀକୁ ପୁଣି ବୋମା ଧମକ: ସ୍କୁଲ-କୋର୍ଟ ଉଡ଼ାଇ ଦେବାକୁ ଫୋନ୍ କଲ୍ରେ ଧମକ
ଦିଲ୍ଲୀକୁ ପୁଣି ବୋମା ଧମକ ଦିଆଯାଇଛି । ଦୁର୍ବୃତ୍ତମାନେ ଫୋନ୍ କରି ସ୍କୁଲ ସହିତ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ଏଥର ଦିଲ୍ଲୀର ସାକେତ କୋର୍ଟ ଏବଂ ଦୁଇଟି ସିଆରପିଏଫ୍ ସ୍କୁଲକୁ ଧମକ ମିଳିଛି । କୋର୍ଟ ପରିସରକୁ ଉଡ଼ାଇ ଦେବା…
ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ହମ୍ଲା, ୫୮୦ ଡ୍ରୋନ୍, ୪୦ଟି ମିସାଇଲ ସହ ୨୦ରୁ ଅଧିକ ବ୍ଲାଷ୍ଟ
ୟୁକ୍ରେନ୍ ଉପରେ ରୁଷ୍ ପ୍ରଚଣ୍ଡ ଆକ୍ରମଣ କରିଛି । ଏଥିରେ ଅନେକ ଆବାସିକ ଅଞ୍ଚଳ ଧ୍ୱଂସସ୍ତୁପ ହୋଇଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି କହିଛନ୍ତି ଯେ, ରାତିସାରା ରୁଷ ମିସାଇଲ ମାଡ଼ କରିଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।…
ଏପ୍ରିଲରୁ ସେପ୍ଟେମ୍ବର ପ୍ରଥମ ପର୍ଯ୍ୟାୟ ଜନଗଣନା, ୩୪ଟି ପ୍ରଶ୍ନ କରିବେ ଜନଗଣନା ଅଧିକାର
୨୦୨୭ ଜାତୀୟ ଜନ ଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଯାହା ସେପ୍ଟେମ୍ବର ମଧ୍ୟରେ ସରିବ । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଗୃହ ତାଲିକା ଓ ଗୃହ ଗଣନା କରାଯିବ । ଏହି ସମୟରେ ଜନଗଣନା…
ଆମେରିକାରୁ ଏଲ୍ପିଜି ଆମଦାନୀ କରିବ ଭାରତ
ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଭାରତ ବୁଝାମଣା ଚଳାଇଥିବାବେଳେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆସନ୍ତାବର୍ଷରୁ ସେଠାରୁ ବାର୍ଷିକ ୨.୨ ନିୟୁତ ଟନ୍ (ଏମ୍ଟିପିଏ) ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲ୍ପିଜି) ଆମଦାନୀ କରିବାକୁ ଯାଉଛନ୍ତି। ଏଥିପାଇଁ ଏକବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଥିବା…
ଜାପାନରେ ଅଗ୍ନି ଉଦ୍ଗୀରଣ, ୪.୪ କିମି ଉପରକୁ ଉଠିଲା ପାଉଁଶ
ଜାପାନର ପଶ୍ଚିମ ଦ୍ୱୀପ କ୍ୟୁଷୁରେ ଏକ ଭୟଙ୍କର ଅଗ୍ନି ଉଦ୍ଗୀରଣ ହୋଇଛି । ଆଗ୍ନେୟଗିରିର ନାଁ ସାକୁରାଜିମା, ଯାହା କାଗୋଶିମା ସହର ନିକଟସ୍ଥ ଦକ୍ଷିଣ ଦିଗରେ ଅବସ୍ଥିତ । ଗତ ରବିବାର ସାକୁରାଜିମା ଆଗ୍ନେୟଗିରିରେ ୩ ଥର ବିସ୍ଫୋରଣ ହେଲା, ଯାହା ଦ୍ୱାରା ଧୂଆଁ…
ଭାରସାମ୍ୟ ହରାଇ ଓଲଟିଲା ବସ୍ , ୩ ମୃତ
ଉତ୍ତର ପ୍ରଦେଶର କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ବସ୍ । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବସଟି ଦିଲ୍ଲୀରୁ ବିହାରର ସିୱାନକୁ ଯାତ୍ରା କରୁଥିବାବେଳେ କାନପୁର ବିଲହୌରର ଆଲୌର ଥାନା…
ବଡ଼ ଡିଜିଟାଲ ଠକେଇ, ମହିଳା ହରାଇଲେ ୩୨ କୋଟି
ଏକ ବଡ଼ ଧରଣର ‘ଡିଜିଟାଲ ଆରେଷ୍ଟ୍’ ସ୍କାମରେ ବେଙ୍ଗାଲୁରୁର ଜଣେ ୫୭ ବର୍ଷୀୟ ମହିଳା ୩୨ କୋଟି ହରାଇଛନ୍ତି । ଠକମାନେ ଡିଏଚଏଲ୍ କର୍ମଚାରୀ, ସାଇବର କ୍ରାଇମ୍ ବିଭାଗ, ସିବିଆଇ ଓ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ)ର ବରିଷ୍ଠ ଅଧିକାରୀ ଭାବେ ପରିଚୟ…
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଫାଶୀଦଣ୍ଡ, ଦେଶରେ ଉଚ୍ଚ ସତର୍କତା
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଫାଶୀଦଣ୍ଡ । ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ରାୟ ଶୁଣାଇ ଫାଶୀଦଣ୍ଡ ଶୁଣାଇଛନ୍ତି । ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।…
କେତେ ସୁରକ୍ଷିତ ରାଜଧାନୀ ? ବିଭିନ୍ନ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରରେ ପଡ଼ିରହୁଛି ପୁରୁଣା କାର୍
ଦିଲ୍ଲୀରେ ଆତତାୟୀଙ୍କ କାରରୁ ବିସ୍ଫୋରଣ ପରେ ସାରା ଦେଶରେ ଏବେ ଭୟର ବାତାବରଣ ଖେଳିଯାଇଛି । ବିଭିନ୍ନ ରାଜ୍ୟର ଅନେକ ସମ୍ବେଦନଶୀଳ ପ୍ରତିଷ୍ଠାନକୁ ହାଇଆଲର୍ଟରେ ରଖାଯାଇଛି । ଏପରିସ୍ଥଳେ ଓଡ଼ିଶାର ରାଜଧାନୀ କେତେ ସୁରକ୍ଷିତ? ରାଜଧାନୀରେ ଦୀର୍ଘଦିନ ଧରି ରଖାଯାଇଥିବା ପୁରୁଣା କାରରେ କେହି…

