Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍ବାସ୍ଥ୍ୟ ସମସ୍ୟା ଥିଲେ ଡାଏଟରେ ସାମିଲ କରନ୍ତୁ ତେନ୍ତୁଳି

Posted on October 8, 2025

 

ଉତ୍ତମ ସ୍ବାସ୍ଥ୍ୟ ପାଇଁ ସବୁ ପ୍ରକାର ଖାଦ୍ୟ ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ । ପନିପରିବା, ଫଳମୂଳ ଭଳି ଖଟା ଜିନିଷ ମଧ୍ୟ ଆମର ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ଅଧିକାଂଶ ଲୋକଙ୍କର ଖଟା ଖାଇବା ଖୁବ ପସନ୍ଦ । ଏମିତିକି ସେମାନେ ଜୁସ୍ ହେଉ କିମ୍ବା ଚଟନି ଆକାରରେ ବି ସାମାନ୍ୟ ଖଟା କହିବାକୁ ଭଲ ପାଆନ୍ତି । ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । ପିଲା ହୁଅନ୍ତୁ କି ବୁଢ଼ା, କି ସ୍ତ୍ରୀ ଲୋକ ସମସ୍ତଙ୍କର ତେନ୍ତୁଳି ଖୁବ ପସନ୍ଦ । ଆଜିକାଲି ତ ବଜାରରେ ଭଳିଭଳିକା ତେନ୍ତୁଳି ପ୍ରସ୍ତୁତ ଜିନିଷ ମିଳିଲାଣି | ଡାକ୍ତର ମାନଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ତେନ୍ତୁଳିରେ ଭିଟାମିନ୍ ଏ, ଭିଟାମିନ୍ ସି, ଫାଇବର, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଭଳି ଅନେକ ଉପାଦାନ ରହିଥାଏ । ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ତେନ୍ତୁଳି ଖାଇବା ଲାଭ ସମ୍ପର୍କରେ ଜାଣିବା ।

ତେନ୍ତୁଳି ରକ୍ତ ଅଭାବକୁ ପୂରଣ କରିବାରେ ଲାଭଦାୟକ । ଶରୀରରେ ରକ୍ତ ଅଭାବକୁ ପୂରଣ କରିବା ପାଇଁ, ଏହାକୁ ଖାଇବା ଉଚିତ୍ । କାରଣ ଏଥିରେ ଲୌହ ବା ଆଇରନ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀରରେ ରକ୍ତ ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ହୃଦୟ ବା ହାର୍ଟ ସୁସ୍ଥ ରଖିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କାରଣ ଫ୍ଲାଭୋନାଏଡ୍ ରହିଛି ତେନ୍ତୁଳି ଯାହା ଖରାପ କୋଲୋଷ୍ଟ୍ରୋଲକୁ ହ୍ରାସ କରିଥାଏ । ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ତେନ୍ତୁଳି ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ । ଏଥିରୁ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ହଜମ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଜରୁରୀ । କାରଣ ଏଥିରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରେ । ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ଵ ରହିଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଡ଼ାକ୍ତରମାନେ ତେନ୍ତୁଳି ଖାଇବାକୁ ପରାମର୍ଶ ଦେଇଥାଆନ୍ତି ।

ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ, ଆମେ ମୁହଁରେ ବହୁତ କିଛି ବ୍ୟବହାର କରିଥାଉ । ଯାହା ଆମ ତ୍ବଚା ପାଇଁ ବେଷ୍ଟ ହୋଇଥାଏ । ଏହାକୁ ସେବନ କରିବା ଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିଥାଏ । ଏଥିରେ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଥାଏ । ଯାହା ଚର୍ମର ଗଠନକୁ ସଜାଡ଼ିବାରେ ସାହାଯ୍ୟ କରିବ । ଯଦି ଏହି ସବୁ ସମସ୍ୟା ଦେଖାଦେଉଛି ତେବେ ତେନ୍ତୁଳି ଖାଆନ୍ତୁ ।

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme