Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୯୩ତମ ବାୟୁସେନା ଦିବସ ପାଳନ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

Posted on October 8, 2025

ଆଜି ପାଳିତ ହେଉଛି ୯୩ତମ ଭାରତୀୟ ବାୟୁସେନା ଦିବସ। ଏହି ଅବସରରେ ୱାର ମେମୋରିଆଲରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସିଡିଏସ୍ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟମାନେ। ଏୟାରଫୋର୍ସ ଚିଫ ଏୟାର ମାର୍ଶାଲ ଏପି ସିଂ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଓ ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ୱାର ମେମୋରିଆଲରେ ପହଞ୍ଚି ସହିଦମାନଙ୍କ ସ୍ମୃତିକୁ ସ୍ମରଣ କରିଥିଲେ।

ଏହି ଅବସରରେ ହିଣ୍ଡନ ଏୟାରବେସରେ ଗରିମାପୂର୍ଣ୍ଣ ପରେଡ୍ ଓ ଯୁଦ୍ଧ ବିମାନ ପ୍ରଦର୍ଶନ ଅନୁଷ୍ଠିତ ହୋଇଛି। ରାଫେଲ, ସୁଖୋଇ, ମିଗ-୨୯, ସି-୭ ଗ୍ଲୋବମାଷ୍ଟର, ହରକୁଲେସ ଓ ଆପାଚେ ହେଲିକପ୍ଟର ସହିତ ଆକାଶ ମିସାଇଲ ମଧ୍ୟ ପ୍ରଦର୍ଶନ କରାଯାଇଛି।

ବିଶେଷ ଆକର୍ଷଣ ଥିଲା ଏବେ ଅବସର ନେଇଥିବା ମିଗ-୨୧, ଯାହା ଗତ ଛଅ ଦଶକ ଧରି ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସିଥିଲା।

ହିଣ୍ଡନ ଏୟାରବେସ୍ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ର ହେଉଥିବା ବେଳେ, ବାୟୁସେନାର ଅନେକ ମୁଖ୍ୟ ଅଭିଯାନ ଏଠାରୁ ହିଁ ପରିଚାଳିତ ହୁଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme