Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବର୍ଷାରେ ଧୋଇ ନେଲା ରାସ୍ତା ଗ୍ରାମବାସୀ ଯାତାୟତରେ ବାଧାପ୍ରାପ୍ତ

Posted on October 7, 2025

ବନ୍ଧୁଗାଁ : ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଗୋତିପୁଟ ଗ୍ରାମକୁ ସଂଯୋଗ କରୁଥିବା ନିର୍ମାଣାଧୀନ ରାସ୍ତା ପ୍ରବଳ ବର୍ଷାରେ ଧୋଇ ହୋଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଜକୁ ଏକ ତଳେ ଗୋତିପୁଟ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ପାହାଡ କାଟି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣାଧୀନ ରାସ୍ତା ମଝି ରେ ଥିବା କୋଲୋଭର୍ଟ ସାଇଡ ରେ ଥିବା ମାଟି ଗୁଡିକ ପ୍ରବଳ ବର୍ଷା ହେବାରୁ ଧୋଇ ହୋଇ ବିରାଟ ଗର୍ତ୍ତ ସୃଷ୍ଟି ହୋଇଯାଇଛି। ଯାହା ଫଳରେ ସେହି ରାସ୍ତା ଦେଇ ଚାଲି ଆସିବା ସମ୍ଭବ ନ ହେଉ ନ ଥିବାରୁ ଲୋକେ ଗାଁ ରେ ବାଇକ,ସାଇକେଲ ରଖି ଜୀବନକୁ ବାଜି ଲଗାଇ ବଡି ପାଣି ଆସୁଥିବା ବେଳେ ଝଞ୍ଜାବତି ନଦୀ ପାରି ହେଉଛନ୍ତି। ଲୋକେ ପି ଡି ଏସ ଚାଉଳ ମୁଣ୍ଡରେ ବହି ନେବା ହୋଇ ପାରୁ ନାହିଁ। ଗର୍ଭବତୀ, ରୋଗୀ ଓ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ବନ୍ଧୁଗାଁ ସଦର କୁ ଲୋକେ ଆସି ପାରୁ ନାହାଁନ୍ତି। ଠିକାଦାର ଦୀର୍ଘ ପ୍ରାୟ ଏକ ବର୍ଷ ଧରି କାମ ନ କରି ଅଟକାଇ ରଖିବା ପୁଣି ଡି ଯନ୍ତ୍ରୀ ରଞ୍ଜିତ ବେହେରା ଠିକାଦାର ଙ୍କୁ ତାଗିଦ ନ କରୁ ଥିବାରୁ କାମ ଅଟକି ରହିଛି। ଏପଟେ ଗୋତିପୁଟ ଗାଁ ବିଛିନ୍ନ ହୋଇ ଥିବା ବେଳେ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଣି ପରିବାର ଗୁଡିକ ନିଜ ନିତ୍ୟ ବ୍ୟବହୃତ ଜିନିଷ କିଣିବା ପାଇଁ ବଡି ପାଣି ଆସୁଥିବା ବେଳେ ଝଞ୍ଜାବତି ନଦୀ ପାରି ହେଉ ଥିବା ବେଳେ ଅସହାୟ ଲୋକଙ୍କ ଜୀବନ ଚାଲିଯିବା ଯଥେଷ୍ଟ ସମ୍ଭାବନା ରହିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଅତିଶିଘ୍ର ରାସ୍ତା କାମ ପିଚୁ କରିବାକୁ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ନାଗା ପୀଡିକା ସମେତ ସମସ୍ତ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme