Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନଭେମ୍ବର ୧୫ରୁ ନୂଆ ଟୋଲ୍‌ ନିୟମ, UPIରୁ ପେମେଣ୍ଟ କରିଲେ ପଡ଼ିବନି ଦୁଇଗୁଣା ଟ୍ୟାକ୍ସ

Posted on October 7, 2025

ଗାଡି ଚାଳକଙ୍କ ପାଇଁ କଡା ନିୟମ କଲେ ସରକାର । ଟୋଲ୍ ପେମେଣ୍ଟକୁ ନେଇ ଲାଗୁ ହେଲା ନୂଆ ନିୟମ । ଲୋକଙ୍କ ଦେୟ ପଦ୍ଧତିକୁ ଆଧାର କରି ଲାଗୁ ହେବ ଭିନ୍ନ ଶୁଳ୍କ । ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ଟୋଲ୍ ପ୍ଲାଜାରେ ନଗଦ ପେମେଣ୍ଟ କମ୍ କରିବା ପାଇଁ ସରକାର ଏହି ନିୟମ ପ୍ରଚଳନ କରିଛନ୍ତି । ହଁ ଆଜ୍ଞା, ଆସନ୍ତା ନଭେମ୍ବର ୧୫ ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ଟୋଲ୍‌ ନିୟମ ।

ନୂଆ ନିୟମ ଅନୁଯାୟୀ, FASTag ବିନା ଜାତୀୟ ରାଜପଥରେ ପ୍ରବେଶ କରୁଥିବା ଯାନଗୁଡ଼ିକରୁ ସେମାନଙ୍କର ପେମେଣ୍ଟ ପଦ୍ଧତି ଉପରେ ଆଧାର କରି ଭିନ୍ନ ଭିନ୍ନ ଶୁଳ୍କ ମୁଳ୍କ ଆଦାୟ କରାଯିବ । ଅର୍ଥାତ ଜାତୀୟ ରାଜପଥରେ ଟୋଲ୍ ପେମେଣ୍ଟକୁ ଡିଜିଟାଲ୍ କରିବା ପାଇଁ ସରକାର ଏହି ନୂଆ ନିୟମ ଲାଗୁ କରିଛନ୍ତି । ଏବେ ମହଙ୍ଗା ହେବ ଫାଷ୍ଟାଗ୍ ନଥିବା ଗାଡ଼ି ପାଇଁ ନଗଦ ଦେୟ ।

ୟୁପିଆଇ ବ୍ୟବହାର କରି ପେମେଣ୍ଟ କରିବା ପାଇଁ କମ ଶୁଳ୍କ ଦେବାକୁ ପଡିବ । ଯଦି ଜଣେ ଉପଭୋକ୍ତା ନଗଦ ଦେୟ ଦିଅନ୍ତି, ତେବେ ତାଙ୍କଠାରୁ ପ୍ରଯୁଜ୍ୟ ଟୋଲ୍ ଟ୍ୟାକ୍ସର ଦୁଇଗୁଣ ଟଙ୍କା ଆଦାୟ କରାଯିବ । କିନ୍ତୁ ଯଦି ସେହି ଉପଭୋକ୍ତା UPI କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ପେମେଣ୍ଟ କରନ୍ତି ତେବେ ଟ୍ୟାକ୍ସ ୧.୨୫ ଗୁଣ ଟୋଲ୍ ଦେବାକୁ ପଡିବ ।

ଉଦାହରଣ ସ୍ୱରୂପ, ଫାଷ୍ଟାଗ୍ ବ୍ୟବହାର କରି ୧୦୦ ଟଙ୍କା ଟୋଲ୍ ଦେଲେ ୨୦୦ ଟଙ୍କା ନଗଦ ଏବଂ ୟୁପିଆଇରେ ୧୨୫ ଟଙ୍କା ଦେବାକୁ ପଡିବ । FASTag ନଥିବା ଯାନବାହନଗୁଡ଼ିକ ପାଇଁ ଏହା ଏକ ଗୁରୁତ୍ବପୂର୍ଣ ରିହାତି । ଏହାର ଅର୍ଥ ହେଉଛି ଯେ FASTag ବ୍ୟବହାର ନ କରୁଥିବା ଉପଭୋକ୍ତାମାନେ UPI ବ୍ୟବହାର କରି ପେମେଣ୍ଟ କରିବା ସମୟରେ କମ୍ ଟ୍ୟାକ୍ସ ଦେବେ ।

ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ଟୋଲ୍ ପ୍ଲାଜାରେ ନଗଦ କାରବାରକୁ ହ୍ରାସ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି । ଏହି ନିୟମ ଟୋଲ୍ ପ୍ଲାଜାରେ ପେମେଣ୍ଟ ପଦ୍ଧତିରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆଣିବ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, ୨୦୦୮ର ଜାତୀୟ ରାଜପଥ ଟୋଲ୍ ନିୟମ ସଂଶୋଧନ କରାଯାଇଛି ।

ତେବେ ସୂଚନା ଅନୁଯାୟୀ, ଏହି ନିୟମ ନଭେମ୍ବର ୧୫ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଡିଜିଟାଲ୍ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହିତ କରିବା ଏବଂ ଟୋଲ୍ ପ୍ଲାଜାରେ ଦକ୍ଷତା ବୃଦ୍ଧି କରିବା । ଯାହାଦ୍ବାରା ଟୋଲ୍ ପ୍ଲାଜାରେ ଯାନବାହାନ ଭିଡ଼ କମ୍ ହେବା ସହିତ ରାଜପଥ ବ୍ୟବହାରକାରୀଙ୍କ ପାଇଁ ଯାତ୍ରା ସମୟ ଉନ୍ନ‌ତ କରିବା । ସରକାର ଆଶା ରଖିଛନ୍ତି, ଏହି ନୂଆ ବ୍ୟବସ୍ଥା ଫଳରେ ଯାତ୍ରୀମାନେ ଅଧିକ ସଂଖ୍ୟାରେ ଫାଷ୍ଟାଗ୍ କିମ୍ବା ୟୁପିଆଇ ଦ୍ୱାରା ଟୋଲ୍ ପେମେଣ୍ଟ କରିବେ ଉଭୟ ଯାହା ଟ୍ରାଫିକ୍ ଏବଂ ସମୟକୁ ସଂରକ୍ଷଣ କରିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme