
ହିଙ୍ଗୁଳା କ୍ଷେତ୍ର କାର୍ଯ୍ୟାଳରେ ତାଲା ବନ୍ଦ ଆନ୍ଦୋଳନ

ତାଳଚେର : ତାଳଚେର ବ୍ଲକ ବଡ଼ଯୋରଡ଼ା ଗ୍ରାମବାସୀଙ୍କୁ ଦୀର୍ଘ ୪୧ ବର୍ଷ ହେଲା ହିଙ୍ଗୁଳା କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ସହିତ ଥଇଥାନ ଦେଉନଥିବାରୁ ଆଜି ଜମିହରା ପ୍ରଜା ଏକତ୍ରିତ ହୋଇ ହିଙ୍ଗୁଳା କ୍ଷେତ୍ର କାର୍ଯ୍ୟାଳୟକୁ ତାଲା ବନ୍ଦ ଆନ୍ଦୋଳନ କରିଛନ୍ତି।

ସୂଚନା ମୁତାବକ, ୧୯୮୫ ମସିହାରେ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ବଡ଼ଯୋରଡ଼ା ଗ୍ରାମର ୯୩.୫୭ ଡେସିମିଲ ଜମି ଅଧିଗ୍ରହଣ କରାଯାଇଥିଲା। ସେହି ସମୟରେ ଗ୍ରାମବାସୀ ନିଯୁକ୍ତି ଓ ଥଇଥାନକୁ ନେଇ ଆନ୍ଦୋଳନ କରିଥିଲେ। ଯାହାକୁ ନେଇ ଜିଲ୍ଲାପାଳ, ଖଣି କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ନିଯୁକ୍ତି ଓ ଥଇଥାନ କରିବାକୁ ନିର୍ଦେଶ ଜିଲ୍ଲାପାଳ ଦେଇଥିଲେ। ଏହାକୁ ପରବର୍ତ୍ତି ସମୟରେ ଖଣି କର୍ତ୍ତୃପକ୍ଷ ଅବମାନନା କରିଥିଲେ। ଯାହାକୁ ନେଇ ଗ୍ରାମବାସୀ ୨୦୧୭ ମସିହାରେ ପ୍ରଥମେ ହାଇକୋର୍ଟ ଯାଇଥିଲେ ସେଠାରେ ମଧ୍ୟ ଗ୍ରାମବାସୀ ନିଯୁକ୍ତି ଓ ଥଇଥାନ ପାଇବାର ହକଦାର ବୋଲି ଖଣି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଯାହାକୁ ମଧ୍ୟ ଖଣି କର୍ତ୍ତୃପକ୍ଷ ଅବମାନନା କରିଥିଲେ। ଏଭଳି ବାରମ୍ବାର ହେବାଦ୍ବାରା ଗ୍ରାମବାସୀ ପୁନର୍ବାର ୨୦୨୩ ମସିହାରେ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିବା ସେ ପୂର୍ବ ନିଷ୍ପତିକୁ ବଜାୟ ରଖିଥିବା ଗ୍ରାମବାସୀ କହିଛନ୍ତି। ହେଲେ ଗ୍ରାମବାସୀ ସଦାସର୍ବଦା ନିଯୁକ୍ତି ଓ ଥଇଥାନ ପାଇବାର ହକଦାର ଥିଲେ ମଧ୍ୟ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଜଣା ପଡ଼ିଛି। ଯାହାକୁ ନେଇ ଗ୍ରାମବାସୀ ଆଜି ଠାରୁ ହିଙ୍ଗୁଳା େକ୍ଷତ୍ର କାର୍ଯ୍ରାଳୟକୁ ନାଲି ପତାକା ମାରିସମ୍ପୁର୍ଣ୍ଣ ବନ୍ଦ କରିଦେଇଥିବା ଜଣା ପଡ଼ିଛି। କାର୍ଯ୍ୟାଳୟ ବନ୍ଦ ହେବା ଦ୍ବାରା ବିକ୍ରମପୁର ଥାନା ଅଧିକାରୀ ଲଳିତା ପ୍ରଧାନ ଜମିହରା ପ୍ରଜାଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ନ୍ୟାୟ ନପାଇବା ପର୍ଯ୍ୟନ୍ତ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଦାବି କରିଥିଲେ।

