
ସମ୍ବଲପୁର : ପୋଲ ୱାଲକୁ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ସମ୍ବଲପୁର ବରଗଡ଼ ଜାତୀୟ ରାଜପଥ ଅତାବିରା ପାଖରେ ଥିବା ଦମଦମା ପୋଲର ସାଇଡ ୱାଲକୁ ଚଢ଼ିଗଲା ବଣ୍ଟି ନାମକ ଏକ ଘରୋଇ ବସ l ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରକୁ ଚଢ଼ିଯାଇଥିବ ସୂଚନା ମିଳିଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ବସରେ 20 ରୁ 25 ଜଣ ଯାତ୍ରୀ ଥିବା ଜଣା ପଡ଼ିଥିବା ବେଳେ ଆହତଙ୍କୁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l କୌଣସି ଯାତ୍ରୀ ଗୁରୁତର ନଥିବା ତେବେ ବସଟି ସମ୍ବଲପୁରରୁ ବଲାଙ୍ଗିର ଯାଉଥିଲା l
