
ସୋମବାର ରାତି ପ୍ରାୟ ୧୦ଟା ସମୟରେ ବ୍ରହ୍ମପୁରରେ ଦୁଇ ଅଜ୍ଞାତ ଦୁର୍ବୃତ୍ତ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ସମୟରେ ତାଙ୍କ ଘର ନିକଟରୁ ଦୁଇ ରାଉଣ୍ଡ ଗୁଳି ମାରି ଫେରାର ହୋଇଥିଲେ ଦୁର୍ବୃତ୍ତ ।
ପୀତବାସ ପଣ୍ଡାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପୀତବାସ ପଣ୍ଡା ବ୍ରହ୍ମପୁରରେ ବିଧାୟକ ଓ ଶ୍ରମିକ ନେତା ଭାବେ ସଂଗଠନ କାର୍ଯ୍ୟରେ ଲିପ୍ତ ଥିଲେ। ଘଟଣା ପରେ ଗଞ୍ଜାମ ପୋଲିସ ଆଇଜି, ଏସପି ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।
ମନ୍ତ୍ରୀ ବିଭୁତି ଜେନା, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଓ ବହୁ ଆଇନଜୀବୀ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି
