Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଶ୍ୱ ରେଡିଓ ଦିବସ : ଆଜି ବି ବୟସ୍କମାନେ ରେଡିଓ ପ୍ରେମରେ ପାଗଳ

Posted on February 13, 2026

ଆଜି ବିଶ୍ୱ ରେଡିଓ ଦିବସ।  ରେଡିଓ ଖୋଲିବା ମାତ୍ରେ ପ୍ରଥମେ ଶୁଭୁଥିଲା ବନ୍ଦେ ମାତରମ୍… । ସକାଳ ତାଜା ହୋଇଯାଉଥିଲା । କପେ ଚା, ଖବରକାଗଜ ଓ ହାତରେ ଥିଲା ଏକ ରେଡିଓ । ଦେଶବିଦେଶର ଟିକିନିଖି ଖବର ଶୁଣି ଯିଏ ଯେଉଁଆଡ଼େ ବାହାରି ଯାଉଥିଲେ । କେବଳ ସେତିକି ନୁହେଁ, ବିବିଧ ସଙ୍ଗୀତ, ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି, ଶିକ୍ଷା, କ୍ରୀଡ଼ା, ସ୍ୱାସ୍ଥ୍ୟସୂଚନା, ଭାଷା, ସାହିତ୍ୟ, କଳା, ସ୍ଥାପତ୍ୟ, ଧର୍ମ, ଜୀବନଧାରା, ଦର୍ଶନ, କୃଷି, ଅର୍ଥନୀତି, ଆଇନ, ଶିଳ୍ପବିକାଶ, ରାଜନୈତିକ ଓ ଐତିହାସିକ କାର୍ଯ୍ୟକ୍ରମ ଆଦି ରେଡିଓରେ ପ୍ରସାରିତ ହେଉଥିଲା । ବନ୍ଦନା, ଅନୁଚିନ୍ତା, କୃଷି ପ୍ରସଙ୍ଗ, ପାଣିପାଗ, ଆଞ୍ଚଳିକ ସମ୍ବାଦ, ଆଜିର ପ୍ରସଙ୍ଗ, ଜନଜୀବନ ସମ୍ବାଦ, ଜିଲ୍ଲା ହାଲଚାଲ, ସମାଚାର ଦର୍ପଣ, ବିଶେଷ ସମାଚାର, ପ୍ରଭାତ ପରିକ୍ରମା, ଲୋକଗୀତ, ଯଥା- ପାଲା, ଦାସକାଠିଆ, ଏକତାରା, ଖଞ୍ଜଣି ଭଜନ, ଚଇତିଘୋଡ଼ା ନୃତ୍ୟ, ଘୁମୁରା ଗୀତ, କେଳାକେଲୁଣୀ, ଧୁଡୁକୀ, କେନ୍ଦରା, ଯାତ୍ରାଗୀତ, ପାଟୁଆଗୀତ, ଗୋପାଳ ଓଗାଳ, ମୃଦଙ୍ଗ, ତେଲିଙ୍ଗି ବାଦ୍ୟ, ଯୋଡ଼ିନାଗରା, ଶଙ୍ଖବାଦ୍ୟ, ସଙ୍ଗୀତ ନାଟକ, ରୂପକ, ବେତାର ବିବରଣୀ, ଯୁବବାଣୀ, ଶିକ୍ଷା, ନାରୀମହଲ, ବିଜ୍ଞାନ ପ୍ରଭା, ଶିଶୁ ସଂସାର ଶୁଣିବାକୁ କାନ ସବୁବେଳେ ଖୋଲାଥାଏ । ଆହୁରି ଅପେକ୍ଷା ଥାଏ ରଥଯାତ୍ରା ଓ କ୍ରୀଡ଼ା ବିବରଣୀ ଶୁଣିବାକୁ । ବାତ୍ୟା ହେଉ ଅବା କୌଣସି ନେତାଙ୍କ ଭାଷଣ, ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଯାଆନ୍ତି ଲୋକେ । ଗାଁରେ ଥିବା ବୟସ୍କମାନେ ରେଡିଓ ପ୍ରେମରେ ପାଗଳ। ତେବେ ଆଜି ରେଡିଓ ଆମ ପାଇଁ ଇତିହାସ । ହେଲେ ମନରୁ ଲିଭିନି ରେଡିଓପ୍ରେମ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme