
ସମାଜରୁ ବାଲ୍ୟ ବିବାହ ରୋକିବା ପାଇଁ ସରକାର ପ୍ରତି ଗ୍ରାମରେ ଲୋକମାନଙ୍କୁ ସଚେତନ କରୁଛନ୍ତି । ତଥାପି କାହିଁକି କେଜାଣୀ ଅବିଭାବକ ସଚେତନ ହେଉନାହାଁନ୍ତି । ଯାହାଫଳରେକି ପୁଣି ଏକ ବାଲ୍ୟ ବିବାହ ବନ୍ଦ କରିବା ସହିତ ନବମଶ୍ରେଣୀ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ ୭ ରେ । ଓ୍ବାର୍ଡର ଗଣେଶ୍ବର ଦାସଙ୍କ ପୁଅ ବିବାହ ପାଇଁ ସମସ୍ତ ପ୍ରସ୍ତୁତୀ ସରି ଆଜି ସକାଳେ ବିବାହ ପାଇଁ ଟେଣ୍ଡ୍ ମରାଯାଇ ଭୋଜି ର ଚାଲିଥିଲା ଆୟୋଜନ । ଛାତ୍ରୀଙ୍କ ପରିବାର ଲୋକଙ୍କ ଅନୁପସ୍ଥିତରେ ହୋଇଥାନ୍ତା ବିବାହ । ବରକନ୍ୟା ବିବାହ ମଣ୍ଡପରେ ବସିବା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଭୁବନ ବ୍ଲକ ଶିଶୁ ମଙ୍ଗଳ ଅଧିକାରୀଣୀ ଭାଗବତୀ ଗୁରୁ ଓ ତାଙ୍କ ଟିମ୍ । ପ୍ରଥମେ ପୁଅ ଓ ଝୀଅର ଆାଧାର କାର୍ଡ ମାଗିଥିଲେ । କିନ୍ତୁ ଝୀଅର ଆଧାର କାର୍ଡରେ ଜନ୍ମ ତାରିଖ ୨୦୦୪ ମସିହା ଉଲେଖ ଥିଲା । ଝୀଅର ଶିକ୍ଷାଗତ ଯୋଗ୍ୟତା ପଚରା ଯିବାରୁ ନବମଶ୍ରେଣୀରେ ପଢୁଛି ବୋଲି
ଉତ୍ତର ମିଳିଥିଲା ।ସୂଚନା ଅନୁସାରେ ଆଠଗଡ ଜିଲ୍ଲାର ଜୈନିକ ଛାତ୍ରୀ ଜଣକ ଭୁବନନେଶ୍ବର ନନ୍ଦନକାନନ ଅଞ୍ଚଳରେ ଥିବା ବିଦ୍ୟାଳୟରେ ନବମଶ୍ରେଣୀରେ ପାଠ ପଢୁଥିଲେ । ଆଜିକୁ ଆଠ ମାସ ହେଲା ଗଣେଶ୍ବର ଦାସଙ୍କ ପୁଅ ସହିତ ଭଲ ପାଇ ବିଦ୍ୟାଳୟରୁ ପଳେଇ ଆସିଥିଲେ ଛାତ୍ରୀ ଜଣକ । ଘଟଣା ପରେ ଶିଶୁ ମଙ୍ଗଳ ଅଧିକାରୀ ଭୁବନ ପୋଲିସ ଓ ଛାତ୍ରୀଙ୍କ ବାପାଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଛାତ୍ରୀଙ୍କ ବାପାମାଆ ପହଞ୍ଚିବାପରେ ସମସ୍ତ ପ୍ରକ୍ରିୟା ସରିବା ପରେ ଛାତ୍ରୀଙ୍କୁ ପୋଲିସଙ୍କ ମାଧ୍ୟମରେ ଅଠର ବର୍ଷ ହେବା ଯାଏଁ ଜିଲ୍ଲା ସୁଧାରଗୃହକୁ ହସ୍ତାନ୍ତର କରିଥିବା ଜଣାପଡିଛି ।
