
ହୁତୁହୁତୁ ହୋଇ ଜଳିଗଲା ସ୍କୁଟି । ସଟସର୍କିଟରୁ ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି । ରାୟଗଡା ସଦର ବ୍କକ ପିତାମହଲ ଅଞ୍ଚଳରେ ରହୁଥିବା ଆଇନଜୀବୀ ବିପ୍ରୁ ପ୍ରଧାନଙ୍କ ସ୍କୁଟି ଜଳିଯାଇଛି । ଅଗ୍ନିକାଣ୍ଡ ଏତେ ଭୟାବୟ ଥିଲା ଯେ, ଘର ପାଖରେ ଥିବା ୱାସିଂ ମେସିନ ଓ କାଠର କବାଟ ମଧ୍ୟ ନିଆଁରେ ଜଳି ନଷ୍ଟ ହୋଇଯାଇଛି । ଗତ ୧୫ଦିନ ତଳେ ସେ ଏହି ଗାଡ଼ିଟି କିଣିଥିଲେ । ଗତକାଲି ସମସ୍ତେ ଘରେ ଶେଇଥିବା ବେଳେ ସଟସର୍କିଟରୁ ସ୍କୁଟିଟି ଜଳିଯାଇଛି । ପରେ ଏକ ବିସ୍ଫୋରଣ ହୋଇ ନିଆଁ ଚାରିଆଡେ ମାଡ଼ିଯାଇଥିଲା । ନିଆଁରେ ସ୍କୁଟିଟି ସମ୍ପୂର୍ଣ୍ଣ ଜଳିଯାଇଛି ।
