Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧ ଏପ୍ରିଲରୁ ବଦଳିବ ବ୍ୟାଙ୍କ ନିୟମ…

Posted on February 10, 2026

୧ ଏପ୍ରିଲରୁ ବଦଳିବ ବ୍ୟାଙ୍କ ନିୟମ । ନଗଦ ଜମା ଓ ଉଠାଣ ପାଇଁ ଆସିବ ନୂଆ ଗାଇଡ୍ ଲାଇନ୍। ଆୟକର ବିଭାଗ ପକ୍ଷରୁ ‘ଡ୍ରାଫ୍ଟ ଇନକମ୍ ଟ୍ୟାକ୍ସ ରୁଲ୍ସ, ୨୦୨୬’ ଜାରି କରାଯାଇଛି । ଯାହା ୧ ଏପ୍ରିଲ ୨୦୨୬ ରୁ ଲାଗୁ ହେବାକୁ ଯାଉଛି। ଏହି ନୂଆ ନିୟମରେ ବ୍ୟାଙ୍କରେ ନଗଦ ଟଙ୍କା ଜମା ଏବଂ ଉଠାଣ ପାଇଁ PAN କାର୍ଡର ବ୍ୟବହାରକୁ ନେଇ ବଡ଼ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଛି। ବ୍ୟାଙ୍କରେ ଦିନକୁ ୫୦ହଜାର ଟଙ୍କାରୁ ଅଧିକ ନଗଦ ଜମା କଲେ PAN କାର୍ଡ ଦେବା ବାଧ୍ୟତାମୂଳକ। ତେବେ ବର୍ଷକୁ ୧୦ ଲକ୍ଷରୁ କମ୍ କାରବାର କରୁଥିବା ବ୍ୟକ୍ତିଙ୍କୁ ଆଉ ବାରମ୍ବାର PAN ଦେବାକୁ ପଡ଼ିବ ନାହିଁ।

ସାଧାରଣ ଲୋକଙ୍କ ପାଇଁ କାଗଜପତ୍ର କାମ କମାଇବା ଏବଂ କେବଳ ବଡ଼ ଧରଣର କାରବାର ଉପରେ ନଜର ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ନଗଦ ଉଠାଣ ଉପରେ ଲାଗୁ ହେଉଥିବା TDS ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହି ନିୟମ ଏବେ ‘ଡ୍ରାଫ୍ଟ’ ବା ଚିଠା ରୂପରେ ଅଛି। ସାଧାରଣ ଜନତା ୨୨ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଏହା ଉପରେ ନିଜର ମତାମତ ଦେଇପାରିବେ। ଏହାପରେ ମାର୍ଚ୍ଚ ମାସରେ ଚୂଡ଼ାନ୍ତ ନିୟମ ଘୋଷଣା କରାଯିବ। ମଧ୍ୟମ ଓ ସ୍ବଳ୍ପ ଆୟକାରୀ ଯେଉଁମାନେ ବ୍ୟାଙ୍କରେ ନିୟମିତ ନଗଦ କାରବାର କରନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ଖବର ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme