
କୁହାଯାଏ, ମହାପ୍ରଭୁଙ୍କ ଇଚ୍ଛା ବିନା ପତ୍ରଟିଏ ବି ହଲେନାହିଁ। ଆଉ ସେହି କାଳିଆ ସାଆନ୍ତଙ୍କୁ ଦର୍ଶନ କରିବା ପରେ ତାଙ୍କରି ପାଦତଳେ ଶେଷ ନିଶ୍ୱାସ ତ୍ୟାଗ କରିବା ଜଣେ ଭକ୍ତଙ୍କ ପାଇଁ ସୌଭାଗ୍ୟ ହୋଇଥାଇପାରେ, କିନ୍ତୁ ପରିବାର ପାଇଁ ଏହା ଏକ ଅସହ୍ୟ ଦୁଃଖ। ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଫେରିବା ବେଳେ ପରିକ୍ରମା ମାର୍ଗରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି।
- ତ୍ରିପୁରା (ନର୍ଥ) ଅଗରତାଲା ଅଞ୍ଚଳର କର।
- ଅମିତ ନିଜ ପରିବାର ଲୋକଙ୍କ ସହ ଶ୍ରୀକ୍ଷେତ୍ର ଆସିଥିଲେ। ଆଜି ସକାଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସେ ଉତ୍ତର ଦ୍ଵାର ଦେଇ ବାହାରକୁ ଆସିଥିଲେ।
ପରିକ୍ରମା ମାର୍ଗରେ ଚାଲୁଥିବା ସମୟରେ ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ସେଠାରେ ହିଁ ଟଳି ପଡ଼ିଥିଲେ।
ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଭାବେ ଏହା ଏକ ହୃଦଘାତ ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
ଏହି ଘଟଣା ପରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମହାପ୍ରଭୁଙ୍କ ଦର୍ଶନର କିଛି ସମୟ ପରେ ଏଭଳି ବିୟୋଗ ସ୍ଥାନୀୟ ଲୋକଙ୍କୁ ମଧ୍ୟ ମର୍ମାହତ କରିଛି।
