Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଏମ୍‌ସି କଟକଣା, ଓମ୍‌ଫେଡ ପାର୍ଲର, ଭେଣ୍ଡିଂ ଜୋନ୍‌ରେ ଗୁଟ୍‌ଖା ମନା

Posted on January 29, 2026

ଓମଫେଡ ପାର୍ଲର, ଭେଣ୍ଡିଂ ଜୋନ୍‌ରେ ଗୁଟ୍‌ଖା ମନା । ସରକାରଙ୍କ ନିର୍ଦ୍ଦେଶ ପରେ ନୂଆ କଟକଣା ଜାରି କରିଛି ବିଏମସି ।  ରାଜ୍ୟରେ ଗୁଟ୍‌ଖା  ବିକ୍ରି ଉପରେ କଟକଣା ଲାଗୁ ପରେ ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମେୟରଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କର୍ପୋରେସନ ବୈଠକରେ ଗୁଟଖା ବିକ୍ରି ନିଷେଧ ଉପରେ ଆଲୋଚନା ହୋଇଥିଲା ।

ବିଏମ୍‌ସି ପକ୍ଷରୁ ସହରରେ ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ । ବୈଠକରେ ଗୁଟଖା ବିକ୍ରି ଉପରେ କଟକଣାକୁ କଡ଼ାକଡ଼ି କରାଯିବା ଲାଗି ପ୍ରସ୍ତାବ ଆଗତ କରାଯାଇଥିଲା। ଏହା ଉପରେ କର୍ପୋରେସନ ମୋହର ବାଜିଛି । ବିଏମ୍‌ସି ସ୍ୱୀକୃତିପ୍ରାପ୍ତ ସମସ୍ତ ଓମ୍ଫେଡ୍ ପାର୍ଲର ଏବଂ ଭେଣ୍ଡିଂ ଜୋନ୍‌ରେ ଗୁଟ୍‌ଖା ବିକ୍ରିକୁ ନିଷେଧ କରାଯାଇଛି । ବିଏମ୍‌ସି ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଟିମ୍ ଏସବୁ ସ୍ଥାନରେ ଚଢ଼ଉ କରି ଯାଞ୍ଚ କରିବ । ରାଜଧାନୀର ୩ଟି ଜୋନାଲ ଅଧିକାରୀ ଏହାର ତଦାରଖ କରିବେ । ସେହିପରି ସହରର ସମସ୍ତ ଭେଣ୍ଡିଂ ଜୋନ୍ ଏବଂ ଓମ୍ଫେଡ ଷ୍ଟଲ, ପାନ ଦୋକାନକୁ ଏହି ପ୍ରବର୍ତ୍ତନକାରୀ ଦଳ ଯାଞ୍ଚ କରିବେ । ଯେଉଁ ଦୋକାନରୁ ଗୁଟ୍‌ଖା ବାହାରିବ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ । ଏହା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ବିଏମ୍‌ସି ଅଞ୍ଚଳ ଗୁଟଖା ପ୍ରଚାର ଲାଗି ଲଗାଯାଇଥିବା ହୋର୍ଡିଂଗୁଡ଼ିକୁ ହଟାଇ ଦିଆଯିବ । ଯଦି କୌଣସି ଏଜେନ୍ସି ଗୁଟ୍‌ଖା ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme