Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅନ୍ଧ ବିଶ୍ୱାସର କରୁଣ ପରିଣତି,ମା’କୁ ହତ୍ୟା କଲା ଜହ୍ଲାଦ ପୁଅ

Posted on January 29, 2026

ଅନ୍ଧ ବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ଜନ୍ମକଲା ମା’କୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭଳିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗାଁରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପୁଅ ତପନ ସିଂ ଗିରଫ । ମୃତ ମାଆ ହେଲେ ରାଇମଣି ସିଂ ।

ଗତ କିଛି ମାସ ପୂର୍ବେ ତପନଙ୍କ ସ୍ତ୍ରୀଙ୍କ ଗର୍ଭରେ ହିଁ ତାଙ୍କ ଶିଶୁର ମୃତ୍ୟୁ ହୋଇଥିଲା । ନିଜ ଜନ୍ମ କଲା ମାଆ ଉପରେ ସନ୍ଦେହ କରିଥିଲା ତପନ । ମାଆ ହିଁ ଡାହାଣୀ ହୋଇ ତା ପୁଅକୁ ଖାଇଛି ବୋଲି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇଥିଲା ତପନ । ସେହି ରାଗରେ ଆଜି ସକାଳୁ ଏକ କଟୁରୀରେ ମାଆକୁ ହାଣୀ ହତ୍ୟା କରିଥିଲା । ପଡୋଶୀ ଚିତ୍କାର ଶୁଣି ଦେଖିବା ବେଳକୁ ମାଆ ଚଟାଣରେ ଟଳି ପଡ଼ିଥିଲା । ସଙ୍ଗେ ସଙ୍ଗେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବେତନଟୀ ଥାନା ପୋଲିସ୍ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme