
ଗାଈ ଚରାଇବା ବେଳେ ବିନ୍ଧିଲେ ମହୁମାଛି। ଜଣେ ମୃତ ଅନ୍ୟ ଜଣେ ଗୁରୁତର। କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଳକ ତଳ-ବୈତରଣୀ ଗାଁରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କୁ ଧରଣୀଧର ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ମଙ୍ଗଳବାର ବାଶଂପାଳ ବ୍ଳକ ତଳ-ବୈତରଣୀ ଗାଁର ଦୁଇ ଜଣ ଗାଈ ଚରାଇବା ବେଳେ ମହୁମାଛି ଆକ୍ରମଣ କରିଥିଲା। ଫଳରେ ଉଭୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଧରଣୀଧର ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକ ଜଣଙ୍କ ସ୍ଥାନୀୟ ଗ୍ରାମର ହିରୁ ସାଆନ୍ତ ବୋଲି ଜଣାପଡ଼ିଛି।
