Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଣ ହେବ ମୋକିମଙ୍କ ନୂଆ ରାଜନୈତିକ ଦଳର ନାଁ? ଓଡ଼ିଶା ଜନତା କଂଗ୍ରେସ ନା ଲୋକ କଂଗ୍ରେସ?

Posted on January 27, 2026

କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳକୁ ନେଇ ଚାଲିଥିବା ଚର୍ଚ୍ଚାର ଏବେ ଅନ୍ତ ଘଟିବାକୁ ଯାଉଛି। ନିକଟରେ ଶ୍ରୀ ମୋକିମ ସୂଚନା ଦେଇଛନ୍ତି ଯେ, ତାଙ୍କର ନୂଆ ଦଳର ନାମ କ’ଣ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ପୂର୍ବରୁ ‘ଓଡ଼ିଶା ଜନତା କଂଗ୍ରେସ’ ନାମକୁ ନେଇ ଚର୍ଚ୍ଚା ହେଉଥିଲେ ହେଁ, ଏହାକୁ ସେ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି। ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଦଳର ସମସ୍ତ ରୂପରେଖ ଓ ନାମ ଚୂଡ଼ାନ୍ତ ହୋଇଯିବ ଏବଂ ଏହା ପରେ ହିଁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।
ମୋକିମଙ୍କ କହିବା ଅନୁଯାୟୀ, ଦଳର ନାମ ପାଇଁ ‘ଓଡ଼ିଶା ଜନ କଂଗ୍ରେସ’, ‘ଲୋକ କଂଗ୍ରେସ’ କିମ୍ବା ‘ଓଡ଼ିଶା ଜନତା କଂଗ୍ରେସ’ ଭଳି କିଛି ନାମ ଉପରେ ବିଚାରବିମର୍ଶ ଚାଲିଛି। ଏହି ପ୍ରକ୍ରିୟାରେ ସେ ନିଜର ଶୁଭେଚ୍ଛୁ ଓ ସମର୍ଥକମାନଙ୍କ ମତାମତକୁ ଗୁରୁତ୍ୱ ଦେଉଛନ୍ତି। ତେବେ ଗୋଟିଏ କଥା ସ୍ପଷ୍ଟ ଯେ, ଦଳର ନାମରେ ‘ଓଡ଼ିଶା’ ଏବଂ ‘କଂଗ୍ରେସ’ ଶବ୍ଦ ନିଶ୍ଚିତ ଭାବେ ରହିବ। ଦଳର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବେ ଧର୍ମନିରପେକ୍ଷ ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦଳର ପଞ୍ଜୀକୃତ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ରାଜନୀତିରେ ଏକ ନୂଆ ବିକଳ୍ପ ଦେଖିବାକୁ ମିଳିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme