
କାମାକ୍ଷାନଗର ଉପଖଣ୍ଡ ଭୁବନ ଥାନାକୁ ମିଳିଲା ବଡ ସଫଳତା। ୪୮ ଗ୍ରାମ ସୁନା, ୯୬ ଗ୍ରାମ ରୂପା , ୧୨ ଟି ମୋବାଇଲ , ୮ ହଜାର ଟଙ୍କା ଓ ଗୋଟିଏ ମାରୁତି କାର ଜବଦ ସହିତ ୩ ଜଣକୁ ଗିରଫ କରିଛି ଭୁବନ ପୋଲିସ। ଗିରଫ ମାନେ ହେଲେ ଭୁବନ ଏନଏସି ର ଜିତେନ ସାହୁ, ଜିତେନ୍ଦ୍ର କୁମାର ସାହୁ ଏବଂ କାଳିଆପାଣି ଥାନା ଚୁଙ୍ଗୁଡିପାଳ ଗ୍ରାମର ଚନ୍ଦନ ଦେହୁରୀ। ତେବେ ଗତବର୍ଷ ଅଗଷ୍ଟ ମାସରେ ଭୁବନ ଥାନା ମଝିପାଳ ଗ୍ରାମର ଶ୍ୟାମ ମୁଣ୍ଡାଙ୍କ ଘରୁ ବଡଧରଣର ଚୋରିକୁ ନେଇ ବିଧିବଦ୍ଧ ତଦନ୍ତ କରିଥିଲା ଭୁବନ ପୋଲିସ। ଢେଙ୍କାନାଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରି ମୋବାଇଲ ଟ୍ରାକିଂ କରି ଏହି ଚୋରଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଏହାକୁ ନେଇ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ଏକ ପ୍ରେସମିଟ କରିବା ସହ ଚୋରୀକୁ ରୋକିବା ପାଇଁ ସମସ୍ତେ ସତର୍କତା ଅବଲମ୍ବନ କରିବା ପାଇଁ ନିବେଦନ କରିଛନ୍ତି। ସେହିପରି ୩ଜଣ ଚୋରକୁ କୋଟ ଚାଲାଣ କରାଯାଇଥିବା ବେଳେ ଭୁବନ ଅଞ୍ଚଳର ୫ଟି ଯଥା କେସ ଓ କାଳିଆପାଣି ଅଞ୍ଚଳର ଘଟଣା ଏହି ଚୋରିରେ ସମ୍ପୃକ୍ତ ଥିବା ସୂଚନା ଦେଇଛି ପୋଲିସ।
