
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଶାଗବାରୀ ଗାଁରେ ନିଆଁ ସେକି ହେଉଥିବା ବେଳେ ଅଘଟଣ ଘଟି ଜଳିଗଲେ ମହିଳା। ଗୁରୁତର ଅବସ୍ଥାରେ ତାଙ୍କୁ ଉଧାରକରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଜଣଙ୍କ ହେଲେ ଶାଗବାରୀ ଗାଁର ରାଇମଣି ସିଦ୍ଦୁ। ଘରେ ନିଆଁ ଜାଳି ସେକି ହେଉଥିବା ବେଳେ ଅସାବଧାନତା କାରଣରୁ ତାଙ୍କ ସାଡିରେ ଓ ପରେ ଦେହରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଶରୀରଟି ପୋଡି ଯାଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଧାରକରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ତାଙ୍କ ଶରୀରର ପ୍ରାୟ ୮୦ ଭାଗ ନିଆଁରେ ପୋଡି ହୋଇଯାଇଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
