Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ଘଣ୍ଟପଡା ଗ୍ରାମବାସୀଙ୍କ ଆନ୍ଦୋଳନ, ଗ୍ଲୋବାଲ୍ କୋଲ୍ ୱାସରୀକୁ ଦାବିପତ୍ର ପ୍ରଦାନ…

Posted on October 7, 2025

ତାଳଚେର ଘଣ୍ଟପଡା ଗ୍ରାମବାସୀମାନେ ଗ୍ଲୋବାଲ୍ କୋଲ୍ ୱାସରୀରେ କାର୍ଯ୍ୟରତ ଅଧିକାରୀଙ୍କୁ ତିନି-ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀମାନେ ସ୍ଥାନୀୟ କାଳୀମନ୍ଦିର ଛକ ଠାରୁ ଶୋଭାଯାତ୍ରା କରି ୱାସରୀ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ପରେ ଏହି ଦାବିପତ୍ର ଦେଇଥିଲେ।

ଦାବିପତ୍ରରେ ସେମାନେ ଗ୍ରାମର ସମସ୍ତ ଟ୍ରକକୁ ଉଚିତ ଲୋଡିଂ ବ୍ୟବସ୍ଥା କରିବା, କାର୍ଯ୍ୟରତ କର୍ମଚାରୀଙ୍କୁ ଅନାବଶ୍ୟକ ନୋଟିସ୍ ଦେଇ ବିଦା ନକରିବା ଓ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରିବା ଦାବି କରିଛନ୍ତି।

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଗ୍ଲୋବାଲ୍ କୋଲ୍ ୱାସରୀ ପାଇଁ ନିଜ ଜମି ଦେଇଥିଲେ ମଧ୍ୟ କମ୍ପାନୀ ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗରୁ ବଞ୍ଚିତ କରୁଛି।

ସେମାନେ ଚେତାବନୀ ଦେଇଛନ୍ତି , ଯଦି ଆସନ୍ତା ସାତ ଦିନ ମଧ୍ୟରେ ଦାବିଗୁଡିକ ପୂରଣ ହେବନାହିଁ, ତେବେ କମ୍ପାନୀ ସମ୍ମୁଖରେ ଧାରଣା ଦେବେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ୨୫ରେ ମାଘ ସପ୍ତମୀ ବୁଡ଼: ଅର୍କକ୍ଷେତ୍ରକୁ ଛୁଟି ଆସିବେ ଶ୍ରଦ୍ଧାଳୁ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ
  • ରାତି ୮ଟା ୩ ମିନିଟ୍, ୭ ସେକେଣ୍ଡରେ ଶ୍ମଶାନରେ ପରିଣତ ହେବ ଜନବସତି

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,516)
  • ସ୍ପେଶାଲ୍ ରିପୋର୍ଟ (266)
©2026 JBR Samachar | Design: Newspaperly WordPress Theme