Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚୋରା ମଦ ବିକ୍ରି ବିରୋଧରେ ଗର୍ଜିଲେ ମହିଳା: ଠେଙ୍ଗାରେ ବାଡ଼େଇ ଭାଙ୍ଗିଲେ ମଦ ଦୋକାନ, ଚଡଦିଆ ବନ୍ଦ ଡାକରା

Posted on January 25, 2026

ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଚଡଦିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ମହିଳାଙ୍କ ରୁଦ୍ର ରୂପ। ଦୀର୍ଘ ଦିନରୁ ଚାଲିଆସୁଥିବା ଅବାଧ ଚୋରା ମଦ କାରବାରକୁ ବିରୋଧ କରି ଶହ ଶହ ମହିଳା ଏକଜୁଟ ହୋଇ ମଦ ଦୋକାନ ଉପରେ ଚଢ଼ାଉ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପ୍ରଶାସନର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗ ଅନୁଯାୟୀ, ଚଡଦିଆ ପଞ୍ଚାୟତର ବିଭିନ୍ନ ଗାଁରେ ଦିନକୁ ଦିନ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ଏହାଦ୍ୱାରା ଗାଁର ପରିବେଶ ନଷ୍ଟ ହେବା ସହ ପାରିବାରିକ ଅଶାନ୍ତି ବୃଦ୍ଧି ପାଉଥିବାରୁ ମହିଳାମାନେ ଧୈର୍ଯ୍ୟହରା ହୋଇପଡ଼ିଥିଲେ। ଶୁକ୍ରବାର ଦିନ ଶହ ଶହ ମହିଳା ହାତରେ ଠେଙ୍ଗା ଧରି ଏକ ଶୋଭାଯାତ୍ରାରେ ବାହାରି ଚୋରା ମଦ ଆଡ୍ଡାଗୁଡ଼ିକ ଉପରେ ଚଢ଼ାଉ କରିଥିଲେ। ରାଗ ସମ୍ଭାଳି ନପାରି ମହିଳାମାନେ ଠେଙ୍ଗାରେ ବାଡ଼େଇ ବାଡ଼େଇ ମଦ ଦୋକାନ ଭାଙ୍ଗିବା ସହ ଶହ ଶହ ମଦ ବୋତଲକୁ ରାସ୍ତାରେ କଚାଡ଼ି ନଷ୍ଟ କରିଦେଇଥିଲେ।

ଆନ୍ଦୋଳନକାରୀ ମହିଳାଙ୍କ କହିବା କଥା ଯେ, ଅଞ୍ଚଳରେ ଅବାଧରେ ମଦ ବିକ୍ରି ହେଉଥିବା ନେଇ ସେମାନେ ବାରମ୍ବାର ଅବକାରୀ ବିଭାଗ ଓ ପୋଲିସକୁ ଜଣାଇଥିଲେ। ମାତ୍ର ସବୁ ଜାଣିଶୁଣି ପୋଲିସ କୌଣସି ପଦକ୍ଷେପ ନେଉନାହିଁ। ପ୍ରଶାସନର ଏହି ଉଦାସୀନତା ଯୋଗୁଁ ଆଜି ମହିଳାମାନେ ଆଇନକୁ ନିଜ ହାତକୁ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି।

କେବଳ ଦୋକାନ ଭାଙ୍ଗିବା ନୁହେଁ, ବରଂ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଦାବିରେ ଆଜି ‘ଚଡଦିଆ ବନ୍ଦ’ ଡାକରା ଦିଆଯାଇଛି। ମହିଳାମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବାରୁ ସ୍ଥାନୀୟ ବଜାର ଓ ଯାତାୟାତ ପ୍ରଭାବିତ ହୋଇଛି। ଯେପର୍ଯ୍ୟନ୍ତ ଗାଁରୁ ମଦ ସମ୍ପୂର୍ଣ୍ଣ ନିପାତ ହୋଇନାହିଁ, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme