Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆମେରିକାରେ ଶୀତର ଲହରୀ, ୧୩,୦୦୦ ବିମାନ ଉଡ଼ାଣ ବାତିଲ୍

Posted on January 25, 2026

ଆମେରିକାରେ ତୁଷାରପାତ ପରିସ୍ଥିତିକୁ ଆହୁରି ଖରାପ କରିଛି । ଫଳରେ ହଜାର ହଜାର ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିସହ ବିଦ୍ୟୁତ୍ ବିଭ୍ରାଟ ଏବଂ ପ୍ରବଳ ତୁଷାରପାତ ହୋଇଥିଲା, ଯାହା ଦ୍ବାରା ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ନ୍ୟୁ ମେକ୍ସିକୋରୁ ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ରହୁଥିବା ପ୍ରାୟ ୧୪୦ କୋଟି ଲୋକଙ୍କୁ ଶୀତକାଳୀନ ଝଡ଼ ପାଇଁ ସତର୍କ କରାଯାଇଛି । ଶନିବାରରୁ ସୋମବାର ପର୍ଯ୍ୟନ୍ତ ଦକ୍ଷିଣ ରକିଜ୍ ଠାରୁ ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ଏବଂ ଥଣ୍ଡା ବର୍ଷାର ପୂର୍ବାନୁମାନ କରିଛି ଜାତୀୟ ପାଣିପାଗ ବିଭାଗ ।

ଏହାରି ମଧ୍ୟରେ ଟ୍ରମ୍ପ ଶନିବାର ସୁଦ୍ଧା ଏକ ଡଜନ ରାଜ୍ୟ ପାଇଁ ଜରୁରୀକାଳୀନ ଘୋଷଣାକୁ ଅନୁମୋଦନ କରିଛନ୍ତି । ପରବର୍ତ୍ତୀ ସମୟରେ ଆହୁରି ଅନେକ ରାଜ୍ୟ ପାଇଁ ଜରୁରୀକାଳୀନ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଶୀତକାଳୀନ ଝଡ଼ ଯୋଗୁଁ ଶନିବାର ପ୍ରାୟ ୧୨୦,୦୦୦ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ସୂଚନା ମିଳିଛି । ଏଥିରେ ଟେକ୍ସାସ ଏବଂ ଲୁଇସିଆନାରେ ମଧ୍ୟ ପ୍ରାୟ ୫୦,୦୦୦ ବିଦ୍ୟୁତ୍ ବିଭ୍ରାଟ ସାମିଲ୍ ରହିଛି ।

ଅନ୍ୟପଟେ ଶନିବାର ଏବଂ ରବିବାର ଆମେରିକାରେ ପ୍ରାୟ ୧୩,୦୦୦ ଉଡ଼ାଣ ବାତିଲ୍ କରାଯାଇଛି । ଓକ୍ଲାହୋମା ସିଟିର ୱିଲ୍ ରୋଜର୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ସମସ୍ତ ଉଡ଼ାଣ ବାତିଲ୍ କରାଯାଇଥିଲାବେଳେ ରବିବାର ସକାଳର ସମସ୍ତ ଉଡ଼ାଣ ମଧ୍ୟ ବାତିଲ୍ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme