Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜସ୍ଥାନ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୬ ମୃତ

Posted on October 7, 2025

ରାଜସ୍ଥାନର ଜୟପୁର ସ୍ଥିତ ଏସ୍‌ଏମ୍‌ଏସ୍‌ ହସ୍ପିଟାଲ ଆଇସିୟୁରେ ରବିବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି ଏବଂ ଏହି ଘଟଣାରେ ୬ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି। ରବିବାର ରାତି ପ୍ରାୟ ୧୧ଟା ୨୦ ସମୟରେ ନ୍ୟୁରୋ ଆଇସିୟୁ ୱାର୍ଡର ଷ୍ଟୋର୍‌ ରୁମ୍‌ରେ ନିଆଁ ଲାଗି ଯାଇଥିଲା ଏବଂ ସଙ୍ଗେସଙ୍ଗେ ନିଆଁ ଚାରି ଆଡ଼କୁ ବ୍ୟାପିଯାଇଥିଲା।  ଘଟଣା ଘଟିବା ସମୟରେ ପ୍ରଭାବିତ ଆଇସିୟୁରେ ୧୧ ଜଣ ରୋଗୀ ଥିଲେ ଏବଂ ନିକଟସ୍ଥ ଆଇସିୟୁରେ ୧୩ ଜଣ ରୋଗୀ ଥିଲେ।  ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି, ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିବାବେଳେ ପୂରା ୱାର୍ଡ ଧୂଆଁମୟ ହୋଇ ଯାଇଥିଲା।  ଫଳରେ ବିପରୀତ ପାର୍ଶ୍ବରୁ ଝରକା ଭାଙ୍ଗି ପାଣି ସ୍ପ୍ରେ କରାଯାଇଥିଲା। ନିଆଁକୁ ଆୟତ୍ତ କରିବାପାଇଁ ପାଖାପାଖି ଦେଢ଼ଘଣ୍ଟା ଲାଗିଥିବା ସେ କହିଛନ୍ତି। ରୋଗୀଙ୍କୁ ସେମାନଙ୍କ ବେଡ୍‌ ସହ ହସ୍ପିଟାଲ୍‌ ବାହାରକୁ କଢ଼ାଯାଇଥିଲା।  ସର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଛି ବୋଲି ଅଧିକାରୀମାନେ ସନ୍ଦେହ କରୁଛନ୍ତି।  ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୪ ଜଣ ପୁରୁଷ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଗରାମ ପଟେଲ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଜବାହର ସିଂହ ପରେ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। 
   

ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମ ଚାନ୍ଦ ବୈରୱା ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ରାଜ୍ୟ ସରକାର ପ୍ରଭାବିତ ପରିବାର ସଦସ୍ୟଙ୍କୁ ସମସ୍ତ ପ୍ରକାର ସହ‌ଯୋଗ ପ୍ରଦାନ କରିବେ।  ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି ଏବଂ ଆମେ ପ୍ରଭାବିତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହଯୋଗ ପ୍ରଦାନ କରିବୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉକ୍ତ ଘଟଣା‌ରେ ଦୁଃଖ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ଗେହଲଟ କହିଛନ୍ତି, ଏସ୍‌ଏମ୍‌ଏସ୍‌ ହସ୍ପିଟାଲ୍‌ ଟ୍ରମା ସେଣ୍ଟର ଆଇସିୟୁରେ  ହୋଇଥିବା ଅଗ୍ନିକାଣ୍ଡରେ ଏତେ ଜଣଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ।  ସେ ଏହାର ତଦନ୍ତ ଦାବି କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme