Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ

Posted on January 24, 2026

ଏଣିକି ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଅସମ୍ମାନ ଘଟଣାର ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ପଦୋନ୍ନତି ରୋକିବା, ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ ଦିଆଯିବ ବୋଲି ସତର୍କ କରାଇଦେଇଛି କେନ୍ଦ୍ର । ସବୁ ରାଜ୍ୟକୁ ସତର୍କ କଲା କାର୍ମିକ ମନ୍ତ୍ରଣାଳୟ । ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଅସମ୍ମାନ କଲେ କିମ୍ବା ସେମାନଙ୍କ ନିର୍ଦ୍ଦେଶକୁ ହେୟଜ୍ଞାନ କଲେ ହେବ କାର୍ଯ୍ୟାନୁଷ୍ଠାନ ।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସତର୍କ କରାଇ ଦେଇଛି ଯେ ବିଧାୟକ ଓ ସାଂସଦଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲକୁ ନ ମାନିଲେ ଏପରିକି ନିଜର ବଦଳି କିମ୍ବା ପଦୋନ୍ନତି ତଥା ବ୍ୟକ୍ତିଗତ ସ୍ବାର୍ଥ ପାଇଁ କୌଣସି ରାଜନୈତିକ ଚାପ ପକାଇଲେ, ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

ଅଫିସରଙ୍କ ବିଶୃଙ୍ଖଳିତ ଆଚରଣକୁ ନେଇ ରାଜ୍ୟସଭାର ଏଥିକ୍ସ କମିଟି ଓ ଲୋକସଭାର ପ୍ରୋଟୋକଲ ଉଲ୍ଲୁଘନ କମିଟି ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଅନୁସାରେ, ଅଫିସରମାନେ ଶିଷ୍ଟାଚାର ପାଳନ କରିବାକୁ ବାଧ୍ୟ । ଜଣେ ସାଂସଦ କିମ୍ବା ବିଧାୟକ କୌଣସି ଅଧିକାରୀଙ୍କୁ ଭେଟିବାକୁ ଆସିଲେ, ସମ୍ପୃକ୍ତ ଅଫିସର ନିଜ ଆସନରୁ ଛିଡ଼ା ହୋଇ ତାଙ୍କୁ ସ୍ବାଗତ କରିବା ସହ ବିଦାୟ ସମୟରେ ଅଫିସ ବାହାର ପର୍ଯ୍ୟନ୍ତ ତାଙ୍କୁ ଛାଡ଼ିବାକୁ ଯିବେ । ଏପରିକି ଜନପ୍ରତିନିଧିଙ୍କ ଗାଡ଼ିକୁ ଅଫିସ୍ ପରିସର ମଧ୍ୟକୁ ପ୍ରବେଶ କରିବା ପାଇଁ ସୁରକ୍ଷା କଟକଣାକୁ ବି କୋହଳ କରିବେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme