
ତାଳଚେର ଘଣ୍ଟାପଡ଼ା ସ୍ଥିତ ବହୁ ପ୍ରତିକ୍ଷିତ ଓ଼ଭର ବ୍ରିଜ ଆସନ୍ତା ୨୫ ତାରିଖରେ ଉଦଘାଟନ ହେବ। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିସି ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବେସ ଉତ୍ସାହିତ ହୋଇପଡିଛନ୍ତି ଘଣ୍ଟାପଡ଼ା ଗ୍ରାମ ବାସି। ସୂଚନା ଅନୁସାରେ ଅନୁଗୋଳ ରୂ ତାଳଚେରକୁ ଯୋଗା ଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଘଣ୍ଟାପଡ଼ା ଠାରେ ବହୁତ ସମୟ ଧରି ରେଳ ଫାଟକ ପଡି ରହୁଥିବାରୂ ସ୍ଥାନୀୟ ଜନ ସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯାହାକୁ ନେଇ MCL ପକ୍ଷରୁ ରେଳ ଫାଟକ ଠାରେ ଏକ ଓଭର ବ୍ରିଜ ନିର୍ମାଣ କରା ଯାଇଥିଲା। ଯେଉଁ ଓଭର ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ଦେଖା ଦେଇଥିଲା ।ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଫଳରେ ଓଭର ବ୍ରିଜର କାମ ସମ୍ପୂର୍ଣ୍ଣ ହେଲା। ଯାହାକି ଆସନ୍ତା ୨୫ ତାରିଖରେ ଲୋକାର୍ପଣ ହେବା ସହ ସ୍ଥାନୀୟ ଜନ ସାଧାରଣ ଯାତା ୟାତ କରି ପାରିବେ। ଯାହାକୁ ନେଇ ଘଣ୍ଟାପଡ଼ା ଗ୍ରାମବାସିଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
