Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଘ ଛାଲକୁ ନେଇ ଚାଲିଥିଲା ଡିଲ୍‌, ମାଡ଼ିବସିଲା ବନବିଭାଗ ଟିମ୍‌

Posted on January 23, 2026

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ ଏକ କଲରାପତରିଆ ବାଘଛାଲକୁ ନେଇ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ମାଡ଼ିବସିଛି। ଏହି ସ୍ବତନ୍ତ୍ର ଟିମ୍‌ ଡିଲ୍‌ରେ ସଂପୃକ୍ତ ଥିବା ତିନି ଜଣଙ୍କୁ ଧରିଛି। ସୂଚନା ଅନୁଯାଇ ବାଘଛାଲକୁ ପାଞ୍ଚ ଲକ୍ଷ ଟଙ୍କାରେ ଡିଲ୍‌ କରାଯାଇଥିଲା। ଧରାପଡ଼ିଥିବା ତିନିଜଣଙ୍କ ମଧ୍ୟରୁ ଝରିଗାଁ ବ୍ଳକର ଦୁଇଜଣ ବିକ୍ରେତା ଥିବା ବେଳେ ଅନ୍ୟ ଜଣେ କ୍ରେତା ରହିଛନ୍ତି। ସେମାନଙ୍କୁ ଅଟକ ରଖି ବନ ବିଭାଗ ତଦନ୍ତ କରୁଛି। ପ୍ରକାଶ ଥାଉକି ପୂର୍ବରୁ ଏହି ଅଞ୍ଚଳରେ ଅନେକ ଥର ବାଘ ଛାଲ ଜବତ ହୋଇଥିବା ଦେଖିବାକୁ ମିଳିଛି। ବନ ବିଭାଗ ଘଟଣାକୁ ଗୁରୁତର ସହ ନେଇ ଏକ ଘଟଣାର କିଙ୍ଗପିନ୍‌ ନିକଟରେ ପହଞ୍ଚିବାକୁ ତଦନ୍ତ ଜାରି ରଖିଛି। ତେବେ ଉକ୍ତ ବାଘ ଛାଲ କେଉଁଠୁ ଆସିଲା, ମୃତ କଲରାପତରିଆର ବୟସ କେତେ ତାହା ସ୍ପଷ୍ଟ ହୋଇନାହିଁ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme