Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏପ୍ରିଲ ପହିଲାରୁ ଜନଗଣନା, ଲୋକଙ୍କୁ ୩୩ ପ୍ରଶ୍ନ ପଚାରିବେ ସରକାର

Posted on January 23, 2026

କେନ୍ଦ୍ର ସରକାର ଗୁରୁବାର ଜନଗଣନା ୨୦୨୭ ସଂକ୍ରାନ୍ତ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଜନଗଣନା ବେଳେ ଲୋକଙ୍କୁ ପଚରାଯିବାକୁ ଥିବା ୩୩ ପ୍ରଶ୍ନର ତାଲିକା ଦିଆଯାଇଛି । ଲୋକଙ୍କୁ ଘର, ପରିବାର, ଗାଡ଼ି ଆଦି ସଂକ୍ରାନ୍ତରେ ତଥ୍ୟ ଦେବାକୁ ପଡ଼ିବ । ଜନଗଣନା ସମୟରେ ପରିବାରର ମୁଖିଆଙ୍କୁ ଏହିସବୁ ତଥ୍ୟ ପ୍ରଦାନ କରିବାକୁ ହେବ ।

ସରକାରଙ୍କ ଅନୁସାରେ, ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ଚଳିତବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୩୦ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବେ । ଏଥିରେ ଘରଗୁଡ଼ିକର ତାଲିକା ଏବଂ ଘର ସଂକ୍ରାନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ଫେବ୍ରୁଆରୀରୁ ଆରମ୍ଭ ହେବ । ଏଥିରେ ଜନସଂଖ୍ୟା ଗଣନା ଆରମ୍ଭ କରାଯିବ । ସରକାର ଆହୁରି କହିଛନ୍ତି, ଘରଗୁଡ଼ିକର ତାଲିକା ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ଲୋକଙ୍କୁ ନିଜ ଆଡ଼ୁ ସୂଚନା ପ୍ରଦାନର ବିକଳ୍ପ ବି ଦିଆଯିବ ।

ଉଲ୍ଲେଖଥାଉ କି ୨୦୨୧ରେ ଜନଗଣନା ହେବାର ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହା ୨୦୨୭ରେ ପୂରା ହେବ । ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥର ଜନଗଣନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଉପାୟରେ ହେବ । ପ୍ରାୟ ୩୦ ଲକ୍ଷ କର୍ମଚାରୀ ମୋବାଇଲ ଆପ୍ ଜରିଆରେ ତଥ୍ୟ ସଂଗ୍ରହ କରିବେ । ମୋବାଇଲ ଆପ୍, ପୋର୍ଟାଲ ଏବଂ ରିଅଲ୍ ଟାଇମ୍ ଡାଟା ଟ୍ରାନ୍ସଫର ଦ୍ୱାରା ଜନଗଣନା ଯଥାସମ୍ଭବ ପେପରଲେସ୍ ହେବ । ଏହି ଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ରେ କାମ କରିବ । ଜାତି ସହ ଜଡ଼ିତ ତଥ୍ୟ ବି ଡିଜିଟାଲ ଉପାୟରେ ହାସଲ କରାଯିବ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜନଗଣନାରେ ଜାତି ଗଣନାକୁ ସାମିଲ କରାଯିବ । ଏହା ପୂର୍ବରୁ ଇଂରେଜ ଅମଳରେ ୧୯୩୧ ପର୍ଯ୍ୟନ୍ତ ଜାତି ଆଧାରିତ ଜନଗଣନା ହୋଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme