Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଦ୍ୟାଳୟ ବିବାଦକୁ ନେଇଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

Posted on January 23, 2026

ବିଦ୍ୟାଳୟ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଦୁଇଟି ସାହିର ପିଲାଙ୍କୁ ସ୍କୁଲ ଆସିବାକୁ ମନା କରିବାରୁ ମହାଭାରତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ପଥରା ଗାଁରେ ଉଡ଼ିଲା ଟେକା ପଥର। ଗୋଷ୍ଠୀ ସଂଘର୍ଷକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୁଲିସ ଗାଁରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛନ୍ତି। ଅଭିଯୋଗ ଅନୁସାରେ ପଥରା ଗାଁର କଣ୍ଡରାପଡ଼ା ସ୍କୁଲରେ ପାଠ ପଢ଼ିବାକୁ ଆସୁଥିବା ତଳସାହି ଓ କପିଳେଶ୍ୱର ସାହିର ପିଲାଙ୍କୁ ମନା କରିବାରୁ ବିବାଦ ଦେଖାଦେଇଛି। ସ୍କୁଲରେ ପିଲା ଅଧିକ ହେଉଥିବାରୁ ପାଠ ଭଲ ହେଉନି ବୋଲି କଣ୍ଡରାପଡ଼ାର କିଛି ଲୋକ ତଳସାହି ଓ କପିଳେଶ୍ୱର ସାହି ପିଲାଙ୍କୁ ସ୍କୁଲ ନଆସିବାକୁ କହିଥିଲେ। ଏହାକୁ ନେଇ ବିବାଦ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମାଧାନ କରିବାକୁ ଯାଇଥିବା ବେଳେ ଉତ୍ୟକ୍ତ ଲୋକ ତାଙ୍କୁ ୪ ଘଣ୍ଟା ଅଟକ ରଖିଥିଲେ। କୌଣସି ସମାଧାନ ନହେବାରୁ ଫେରି ଆସିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ଏହାପରେ ପଥରା ଗାଁର ତଳସାହି ଓ କଣ୍ଡରା ସାହିର ଦୁଇ ଗୋଷ୍ଠୀ ମାରପିଟ ହେବା ସହ ପରସ୍ପର ଉପରକୁ ଢେଳାପଥର ମାଡ଼ କରିଛନ୍ତି। ଆକ୍ରମଣ ପ୍ରତି ଆକ୍ରମଣରେ କିଛି ଆହତ ହୋଇଛନ୍ତି, ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme