Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯାଜପୁରର ଏନସି କଲେଜ ଲୁଟ ଘଟଣା

Posted on October 6, 2025

୬ ଲୁଟେରାଙ୍କ ସମେତ ବ୍ୟାପକ ସାମଗ୍ରୀ ଜବତ


ଯାଜପୁର: ମାସକ ତଳେ ଯାଜପୁରର ଏନସି ସ୍ବୟଂଶାସିତ ମହାବିଦ୍ୟାଳୟରୁ ଜଣେ ଲ‌ୁଟେରା ସ୍ପଷ୍ଟ ଦିବାଲୋକରେ ୪ ମହଲା କୋଠାର ଝରଣାରେ ଓହଳି ଏସି କପର ତାର ଚୋରି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୁଲିସ ତଦନ୍ତ କରୁଥିବାବେଳେ ଏକ ବଡ ଡକାୟତି ଗ୍ୟାଙ୍ଗକୁ ଠାବ କରିଛି। ଯାଜପୁର ଟାଉନ ପୁଲିସ ସେମାନଙ୍କ ଠାରୁ କଟୁରୀ,୨୦ଟି ପାଣି ମଟର,୧୦କେଜିର ଏସି କପର ପାଇପ,୫ କେଜିର କପର ତାର ଆଦି ଜବତ କରିବା ସହ ଘଟଣ‌ାରେ ୫ ଜଣ ଲୁଟେରା ଓ ଜଣେ ଲୁଟ ଜିନିଷ କିଣୁଥିବା ଦୋକାନର କର୍ମଚାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘ ମାସ ହେଲା ଏନସି କଲେଜରେ ଲାଗିଥିବା ପାଣି ମଟର,ପାଣି ଟ୍ୟାପ ସହ ସବୁ ଏସି ଗୁଡିକର କପର ତାର ଚୋରି ହୋଇ ଆସୁଥିଲା। ଏହି ଘଟଣାରେ ଟାଉନ ପୁଲିସ ଅଧିନ ତଦନ୍ତ ଜାରି ରଖିଥିବା ଏସଡିପିଓ ପ୍ରଶାନ୍ତ ମାଝୀ ସୂଚନା ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme