Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରେମରେ ବିଫଳତା ପାଇଁ ଶ୍ରୀମନ୍ଦିରକୁ ବୋମା ମାଡ଼ ଧମକ: ଅଭିଯୁକ୍ତ ଗିରଫ

Posted on January 22, 2026

ଶ୍ରୀମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବା ଏବଂ ସାଂସଦଙ୍କୁ ହତ୍ୟା କରିବା ନେଇ ସୋସିଆଲ ମିଡିଆରେ ଦିଆଯାଇଥିବା ଧମକ ପଛର ରହସ୍ୟ ଖୋଲିଛି। ଏହି ଘଟଣାରେ ପୁରୀ ସାଇବର ଥାନା ପୋଲିସ ଅଭିଯୁକ୍ତ ପ୍ରତୀକ ମିଶ୍ରଙ୍କୁ ଗିରଫ କରିଛି। ଜଣେ ଯୁବତୀଙ୍କୁ ବଦନାମ କରିବା ପାଇଁ ଅଭିଯୁକ୍ତ ଏଭଳି ଏକ ସାଂଘାତିକ ଷଡ଼ଯନ୍ତ୍ର ରଚିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।

ଅଭିଯୁକ୍ତ ପ୍ରତୀକ ମିଶ୍ର, ଜୁଲିରାଣୀ ପଣ୍ଡା ନାମକ ଜଣେ ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲେ। ମାତ୍ର ମହିଳା ଜଣକ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ପ୍ରତୀକ ତାଙ୍କୁ ଫସାଇବା ପାଇଁ ଯୋଜନା କରିଥିଲେ। ଗତ ୧୧ ତାରିଖରେ ସେ ସମ୍ପୃକ୍ତ ମହିଳାଙ୍କ ସିମ୍ କାର୍ଡ ବ୍ୟବହାର କରି ତାଙ୍କ ନାମରେ ଏକ ଫେକ୍ ଫେସବୁକ ଆକାଉଣ୍ଟ ଖୋଲିଥିଲେ।

ସେହି ନକଲି ଆକାଉଣ୍ଟରୁ ପ୍ରତୀକ ଶ୍ରୀମନ୍ଦିର ଏବଂ ପୁରୀ ଗ୍ରାଣ୍ଡ ସେଣ୍ଟରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। କେବଳ ସେତିକି ନୁହେଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରିବାକୁ ପୋଷ୍ଟରେ ଉଲ୍ଲେଖ ଥିଲା। ସୋମବାର ଏହି ପୋଷ୍ଟ ଭାଇରାଲ ହେବା ପରେ ସାଂସଦ ଶ୍ରୀ ଖୁଣ୍ଟିଆ ପୋଲିସ ନିକଟରେ ଏତଲା ଦେଇଥିଲେ।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ସାଇବର ସେଲ୍ ସହାୟତାରେ ଅଭିଯୁକ୍ତ ପ୍ରତୀକ ମିଶ୍ରଙ୍କୁ ଧରିବାରେ ସଫଳ ହୋଇଥିଲା। ବର୍ତ୍ତମାନ ସିଂହଦ୍ୱାର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ମହିଳାଙ୍କୁ “ପାନେ ଦେବାକୁ” ଯାଇ ଅଭିଯୁକ୍ତ ଜଣକ ଏବେ ନିଜେ ଜେଲ ହାଜତକୁ ଯାଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme