
ତାଳଚେର: ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥ କୋଇଲା ଖଣି ଅଞ୍ଚଳରେ ଆଜି ଜଣେ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।
ସୂଚନା ମୁତାବକ, ଲାଲ ହଟିଂ ଅଞ୍ଚଳର ରାମ ମିଲନ ସିଂ ଯାଦବ(୪୫) ଆଜି ତାଳଚେର ଷ୍ଟେସନ ପାଖରୁ ବଳରାମ ରେଳ ଷ୍ଟେସନ ଯାଉଥିବା ମାଲବାହୀ ଟ୍ରେନ୍ରେ କଟି ମୃତ୍ୟୁ ଘଟିଛି। ଏହିଖବର ପାଇ ଲାଲ ହଟିଂ ଅଞ୍ଚଳର ଶତାଧିକ ଲୋକ ଘଟଣା ସ୍ଥଳରେ ପହଞ୍ଚି ରେଳ ରୋକ କରି ଆନ୍ଦୋଳନ କରିଥିଲେ। ଘଟଣା ସ୍ଥଳେର କୋଲିୟାରୀ ପୁଲିସ୍ ପହଞ୍ଚି ସେମାନଙ୍କୁ ବୁଝା ଶୁଝା କରିଥିଲେ। କିନ୍ତୁ ପରିବାର ଲୋକେ କ୍ଷତିପୁରଣ ଦାବି ନେଇ ଆନ୍ଦୋଳନ କରିଥିଲେ।
