
ବେଆଇନ ଅସ୍ତ୍ର ଶସ୍ତ୍ର ଓ ପଶୁ ଅଙ୍ଗ ରଖିବା ମାମଲାରେ ୪ ଶିକାରୀ ଗିରଫ । ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ବଡ଼ଗଡ଼ ବନ ବିଭାଗ ଅଧୀନ ବୁଢ଼ାମ୍ବ ଗାଁରେ ବେଆଇନ ଭାବେ ଅସ୍ତ୍ର ଶସ୍ତ୍ର ଓ ପଶୁ ଅଙ୍ଗ ରଖିବା ମାମଲାରେ ୪ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ରେଞ୍ଜର ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ହୋଇଥିଲା । ଗିରଫ ଶିକାରୀ ୪ ଜଣେ ହେଲେ ବୋରଦା ନିକଟ ବୁଢ଼ାମ୍ବ ଗ୍ରାମର ସୁବୁଦ୍ଧି ମଣ୍ଡଳ, ଆୟମ ରାଇତ, ଯାକବ ଶବର, ବୁଡ଼ା ଶବର । ଶିକାରରେ ବ୍ୟବହୃତ ୩ଟି ଦେଶୀ ବନ୍ଧୁକ, ଝିଙ୍କ କାଠି ଜବତ କରାଯାଇଛି ।
