Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର

Posted on January 21, 2026

ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା। ବ୍ରହ୍ମପୁତ୍ର ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଛାତ୍ର ଜଣଙ୍କ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ଦ୍ଵିତୀୟ ବର୍ଷର ଛାତ୍ର ସୂରଜ କୁଜୁର। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବୋଲି ଜଣାପଡ଼ିଛି। ବୁର୍ଲା ପୁଲିସ ସମେତ ବିଶ୍ଵବିଦ୍ୟାଳୟର କୁଳପତି, କୁଳସଚିବ ପ୍ରମୁଖ ପହଞ୍ଚି ତଦନ୍ତ କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁସାରେ, ସୂରଜ କୁଜୁର ଅର୍ଥନୀତି ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର। ସେ ବ୍ରହ୍ମପୁତ୍ର ଛାତ୍ରାବାସର ରୁମ୍ ନଂ ୫୨ରେ ଏକୁଟିଆ ରହୁଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ସହପାଠୀମାନେ ତାଙ୍କୁ ମଧ୍ୟାହ୍ନ ଭୋଜନ କରିବା ପାଇଁ କବାଟ ବାଡ଼େଇଥିଲେ। କିନ୍ତୁ ସେ କବାଟ ଖୋଲିନଥିଲେ। ସହପାଠୀମାନେ ସେ ଶୋଇ ଥାଇପାରନ୍ତି ଭାବି ଚାଲିଯାଇଥିଲେ। ରାତ୍ରିରେ ପୁଣି ଥରେ ଖାଇବା ପାଇଁ କବାଟ ବାଡ଼େଇଥିଲେ। ହେଲେ ସୂରଜ କବାଟ ଖୋଲିନଥିଲେ। ସନ୍ଦେହ ହେବାରୁ କିଛି ସହପାଠୀ ଝରକାକୁ ଚଢ଼ି ଦେଖିଥିଲେ। ସେ ବେକରେ ଦଉଡି଼ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଘଟଣା ସମ୍ପର୍କରେ ସହପାଠୀମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍ ଏବଂ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତେବେ ସୂରଜ କେଉଁ କାରଣରୁ ଆତ୍ମହତ୍ୟା କଲେତାହା ଜଣାପଡ଼ି ନାହିଁ। ଆଜି ସେ ଚଳିତ ସେମିଷ୍ଟର୍ର ଶେଷ ବିଷୟ ହେଲ୍ଥ ଇକୋନୋମିକ୍ସ ପରୀକ୍ଷା ଦେଇଥାନ୍ତେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme