Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହିଳାଙ୍କ ହାତରେ ରହିବ ଷ୍ଟିଅରିଂ, ଜାନୁଆରୀ ୩୧ରେ ଡ୍ରାଇଭର ତାଲିମ

Posted on January 21, 2026

ମହିଳାଙ୍କ ହାତରେ ରହିବ ଆମ ବସ୍‌ ଷ୍ଟିଅରିଂ । ଅର୍ଥାତ୍‌ ଆମ ବସ୍‌ ଚଲାଇବେ ମହିଳା । ଏଥିପାଇଁ ସେମାନଙ୍କୁ ପୁନେରେ ତାଲିମ ଦିଆଯିବ । ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ୨୦ ଜଣ ମହିଳା ଇ-ବସ୍‌ ଚାଳନା ତାଲିମ ପାଇଁ ପୁନେ ଯାତ୍ରା କରିବେ । ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

ମଙ୍ଗଳବାର କ୍ରୁଟ୍‌ ଅଧୀନରେ ଥିବା ‘ଆମ ବସ୍‌ ସେବା’କୁ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ଏଥିରେ ଏପରି ନିଷ୍ପତ୍ତି ନିଆଯାଇଛି ।ଏହି ବୈଠକରେ ନିଷ୍ପତ୍ତି ହୋଇଛି, ଖୁବ୍‌ଶୀଘ୍ର କ୍ରୁଟ୍‌ ଡିପୋ ପରିସରରେ ତାଲିମ ଅନୁଷ୍ଠାନ ନିର୍ମାଣ କରାଯିବ । ଏଠାରେ ବ୍ୟବହାରିକ, ଆଚରଣଗତ, ପ୍ରଶିକ୍ଷଣ ସହ ଟ୍ରାଫିକ ନିୟମ ଓ ଲେନ୍‌ ଡ୍ରାଇଭିଂ ଭଳି ଅନେକ ଦିଗରେ ଗୁରୁତ୍ୱ ଦିଆଯିବ । ବାରିପଦା, କେନ୍ଦୁଝର, ଅନୁଗୁଳରେ ଆମ ବସ୍‌ ଚଳାଚଳକୁ ନେଇ କାର୍ଯ୍ୟ ତ୍ୱରାନ୍ୱତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି, ସାଧାରଣତଃ ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ବୋଲି ଅନୁମାନ କରାଯାଉଛି । ଏନେଇ ଆମ ବସ୍‌ ଚାଳନା କରୁଥିବା ସମସ୍ତ ଚାଳକଙ୍କ ମଦ୍ୟପାନ ଯାଞ୍ଚ କରିବା ବାଧ୍ୟତାମୂଳକ ହୋଇଛି ।

ଗୋଟିଏ ବର୍ଷରେ ୧ଲକ୍ଷ ୯୭ ହଜାର ଥର ଯାଞ୍ଚ ହୋଇଛି । ଏଥିରୁ ଏକବର୍ଷ ମଧ୍ୟରେ ୧୯ଜଣ ମଦ ପିଇ ଆମ ବସ୍‌ ଚଲାଉଥିବା ଜଣାପଡିଛି । ସେମାନଙ୍କୁ ପୁଲିସ ଗିରଫ କରିବା ସହ ୩ ମାସ ପାଇଁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ ନେଇ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ତଥ୍ୟ ଦିଆଯାଇଛି । ସେହିପରି କ୍ରୁଟ୍‌ ପକ୍ଷରୁ ଦୁର୍ଘଟଣାଗସ୍ତ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଏଥିପାଇଁ ୪ କୋଟିରୁ ଅଧିକ ଟଙ୍କାର ବୀମା ରାଶି ମୃତ ବ୍ୟକ୍ତିର ପରିବାରକୁ ପ୍ରଦାନ କରାଯାଇଛି । ବୈଠକରେ କ୍ରୁଟ ପରିଚାଳନା ନିର୍ଦ୍ଦେଶକ, ମହାପ୍ରବନ୍ଧକ, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme