Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗ୍ଲୋବାଲ କୋଲ ୱାସରୀର ଅଧିକାରୀଙ୍କୁ ଘଣ୍ଟପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

Posted on October 6, 2025
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 2621440;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 45;

ତାଳଚେର : ତାଳଚେର ବ୍ଲକ ଘଣ୍ଟପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଆଜି ୩ ଦଫା ଦାବିପତ୍ର ଗ୍ଲୋବାଲ କୋଲ ୱାସରୀର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
 ସୂଚନା ମୁତାବକ, ଘଣ୍ଟପଡ଼ା ଗ୍ରାମ ବାସୀ ଗତ ୨୦୦୦ ମସିହାରେ ଗ୍ରାମର ଜମିକୁ ପ୍ରଦାନ କରି ଗ୍ଲୋବାଲ କୋଲ ୱାସରୀ ନିର୍ମାଣ ହୋଇଥିଲା। ଏହି ନିର୍ମାଣ ବେଳେ ଘଣ୍ଟପଡ଼ା ଗ୍ରାମର ସମସ୍ତ ସୁବିଧା ସୁଯୋଗ ପାଇବାର ନିଷ୍ପତି ମଧ୍ୟ ହୋଇଥିଲା। ହେଲେ ଇତି ମଧ୍ୟରେ ୨୪ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗ୍ରାମବାସୀଙ୍କୁ ୱାସରୀ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ କାଳୀମନ୍ଦିର ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଶୋଭାଯାତ୍ରା କରି କୋଲ ୱାସରୀକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଦାବି ଗୁଡ଼ିକ ମଧ୍ୟରେ ରହିଛି ଘଣ୍ଟପଡ଼ା ଗ୍ରାମ‌େର ରହିଥିବା ସମସ୍ତ ଟ୍ରକ ମାଲିକଙ୍କ ଗାଡ଼ିରେ କୋଇଲା ପରିବହନକୁ ପ୍ରାଧାନ୍ୟ ଦିଆଯିବା ସହିତ ଯେଉଁ କର୍ମଚାରୀ ଘଣ୍ଟପଡ଼ା ଗ୍ରାମର ସେହି କର୍ମଚାରୀଙ୍କୁ ଉଦେଶ୍ର ମୂଳକ ନୋଟିସ ଦେଇ ବିଦା ନକରିବା ସହିତ ଗ୍ରାମରେ ହେଉଥିବା ଦୋଳଯାତ୍ରାରେ ଖର୍ଚ୍ଚ ସାହାର୍ଯ୍ୟ ପ୍ରଦାନ କରାଯିବା ଭଳି ଦାବି କରିଛନ୍ତି। ଏହି ଦାବି ଗୁଡ଼ିକ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ରକାରୀ କରାନଗଲେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିବେ ବୋଲି ଗ୍ରାମର ସଭାପତି କ୍ଷିରୋଦ ଚନ୍ଦ୍ର ପ୍ରଧାନ, ପୁର୍ବତନ ସରପଞ୍ଚ ମନୋଜ ବେହେରା, ପୂର୍ବତନ ଜିଲ୍ଲାପରିଷଦ ରାଜକିଶୋର ସାହୁ, ଖିରୋଦ ସାହୁ, ବାପୁନ ସାହୁ, ସିପୁନ ସାହୁ, ରିଚି ଦେହୁରୀଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme