
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଦୁବାଇକୁ ବିମାନ ସେବା ଆସନ୍ତା ମାର୍ଚ୍ଚ ମାସରେ ବନ୍ଦ ହେବ । ଯଦିଓ ଏୟାରପୋର୍ଟ କର୍ତ୍ତୃପକ୍ଷ କିମ୍ବା ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନି, ଏହା ଆଶଙ୍କା କରିଛନ୍ତି ଦୁବାଇରେ ଥିବା ପ୍ରବାସୀ ଓଡ଼ିଆ । ତେଣୁ ଏହାକୁ ବନ୍ଦ ନ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଚିଠି ଲେଖିଛନ୍ତି ପ୍ରବାସୀ ଓଡ଼ିଆ ।
ସେମାନେ ଅଭିଯୋଗ କରିଛନ୍ତି ଯେ ଦୁବାଇରେ ପ୍ରାୟ ୪୦ ହଜାର ଓଡ଼ିଆ ରହୁଛନ୍ତି । ନୂଆ ବିମାନ ଚଳଚଳ ଯୋଗୁଁ ସେମାନେ ସିଧା ସଖଳ ଲାଭ ପାଉଥିଲେ । ହେଲେ ଏବେ ଯଦି ବିମାନ ବନ୍ଦ ରହିବ, ପ୍ରବାସୀ ଓଡ଼ିଆ ଅସୁବିଧାର ସମ୍ମୁଖୀନ ହେବେ । ପର୍ଯ୍ୟଟନ ଏବଂ ପୁଞ୍ଜିନିବେଶ ମଧ୍ୟ ପ୍ରଭାବିତ ହେବ ବୋଲି ଆଶଙ୍କା କରିଛନ୍ତି । ତେଣୁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ କୁହାଯାଇଛି । ସପ୍ତାହକୁ ୩ ଦିନ ଏହି ବିମାନ ସେବା ଚାଲୁଥିଲା ।
