Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡରାଇଲାଣି ଖରା: ରାତିରେ ୧୨ଂ, ଦିନରେ ୩୨ଂ ଛୁଇଁଲା ପାରଦ

Posted on January 20, 2026

ଶୀତ ଯାଇନି । ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ କିମ୍ବା ପାଖାପାଖି ରହିଛି । ଏପଟେ ଡରାଇଲାଣି ଖରା ପ୍ରକୋପ । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ସ୍ୱାଭାବିକଠାରୁ ସାଢ଼େ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଅଧିକ ରହିଛି ଦିନ ତାପମାତ୍ରା । ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀରେ ପହଞ୍ଚିଛି ।

ରାତିରେ ଥଣ୍ଡା ପ୍ରକୋପ କମିନାହିଁ । କିନ୍ତୁ, ଦିନ ୧୧ଟା ପରେ ଖରା ଟାଏଁଟାଏଁ ହେଲାଣି । ସୋମବାର ରାଜ୍ୟର ୧୨ଟି ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା । ପାରଳାଖେମୁଣ୍ଡି ପଛକୁ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୮, ସୁନ୍ଦରଗଡ଼ ୩୧.୮, ସମ୍ବଲପୁର ୩୧.୮, ବଲାଙ୍ଗୀର ୩୧.୪, ହୀରାକୁଦ ୩୧.୨ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ଟିଟିଲାଗଡ଼, ଭୁବନେଶ୍ୱର ଓ ଭବାନୀପାଟଣାରେ ପାରଦ ୩୧ ଡିଗ୍ରୀ ଥିବାବେଳେ ରାଉରକେଲା ୩୦.୫, ନବରଙ୍ଗପୁର ୩୦, ତାଳଚେର ୩୦ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩.୫ ଡିଗ୍ରୀ ଅଧିକ ଥିବା ବେଳେ ସମ୍ବଲପୁର ୩, ସୁନ୍ଦରଗଡ଼ ୨.୯, ବଲାଙ୍ଗୀର ୨.୯, ଭବାନୀପାଟଣା ୨.୧, ହୀରାକୁଦ ୨, ଭୁବନେଶ୍ୱର ୧.୫ ଡିଗ୍ରୀ ଅଧିକ ଥିଲା । ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ଭିତରେ ରହିଥିଲା । ଦିନ ତାପମାତ୍ରା ୩୧ ଡିଗ୍ରୀ ପାଖାପାଖି ରହିବା ସମ୍ଭାବନା ଅଛି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି, ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହ ଦିନ ତାପମାତ୍ରା ବଢ଼ିଛି । ଏବେ ଖରା ଏଭଳି ରହିବ । ରାତି ତାପମାତ୍ରା ବଢ଼ିବନି, କିନ୍ତୁ, ପ୍ରାୟତଃ ଏପରି ରହିବ । ଆଗକୁ ଦୁଇଟି ପଶ୍ଚିମା ଝଡ଼ ପ୍ରଭାବ ଯୋଗୁ ଉତ୍ତର ଆଭ୍ୟନ୍ତରୀଣରେ ସାମାନ୍ୟ କୁଆପଥର ସହ ବର୍ଷା ହୋଇପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme