Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସର୍ବଭାରତୀୟ ସହୀଦ ବୀର-ବେନୁ କ୍ରିକେଟ ଉଦଯାପିତ, ଭୁବନେଶ୍ୱର ଚମ୍ପିୟାନ।

Posted on January 19, 2026

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଷ୍ଟାଡିୟମ ଠାରେ ଉର୍ଜା ଟ୍ରଷ୍ଟ ପକ୍ଷରୁ ସର୍ବଭାରତୀୟ ସହୀଦ ବୀର-ବେନୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ପରଜଙ୍ଗ ବଜାର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ମହେଶ୍ଚନ୍ଦ୍ର ସୁବାହୁସିଂହଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଜହ୍ନାପଡା ଗାଁକୁ ଯାଇ ସହୀଦ ବୀର ସାହୁ ଓ ବେନୁ ସାହୁଙ୍କ ସ୍ମୃତିପୀଠରେ ମାଲ୍ୟାର୍ପଣ କରିବା ସହ ସ୍ମୃତି ପୀଠର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରଜଙ୍ଗ ଷ୍ଟାଡିୟମ ଠାରେ ଚାଲିଥିବା ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚର ବିଜେତା ଭୁବନେଶ୍ୱରର ତମାଣ୍ଡୋ କ୍ରିକେଟ କ୍ଲବକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ତେବେ ଫାଇନାଲ ମ୍ୟାଚଟି କଟକ ରାଇଜିଙ୍ଗ ସ୍ଟୁଡେଣ୍ଟ ଓ ତମାଣ୍ଡୋ କ୍ରିକେଟ କ୍ଲବ ମଧ୍ୟରେ ହୋଇଥିଲା। କଟକ ରାଇଜିଙ୍ଗ ସ୍ଟୁଡେଣ୍ଟ ପ୍ରଥମେ ବ୍ୟାଟିଂ କରି ୧୯. ୫ ଓଭରରେ ସମସ୍ତ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲେ। ଜବାବରେ ତମାଣ୍ଡୋ କ୍ରିକେଟ କ୍ଲବ ୧୬. ୨ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ରନ ପୂରଣ କରି ଚମ୍ପିୟାନ ହୋଇଥିଲା। ଫାଇନାଲ ମ୍ୟାଚରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ଏଡିଏମ ଲଳିତ ବେହେରା, ଉପଜିଲ୍ଲାପାଳ ଦିନମଣି ନାଏକ, ଉର୍ଜା ଟ୍ରଷ୍ଟର ଚେୟାରମ୍ୟାନ ଦୀପକ ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme