
ଅତ୍ୟଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ । ଗଜପତି ଜିଲ୍ଲା ମୋହନା ନିକଟ ଗୋବିନ୍ଦପୁର ଗାଁରୁ ଏକ ଅଟୋରେ ଅତ୍ୟଧିକ ଯାତ୍ରୀ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଭିମୁଖେ ଯାଉଥିଲେ I ଭେଟନଈ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି I ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସମସ୍ତଙ୍କୁ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଏଥିମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ପଠାଯାଇଛି । ଅଟୋରେ ୭-୮ ଜଣ ପୁରୁଷ, ୪-୫ ଜଣ ମହିଳା ଓ ୧୦-୧୧ ଜଣ ଥିବା ଜଣାପଡ଼ିଛି I
