Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜପଥରେ ବୁଲିଲା ଖଣ୍ଡା, ମେଳାରୁ କିଣି ଆତଙ୍କ ଖେଳାଇଲେ ଯୁବକ

Posted on January 19, 2026

ବେକରେ ଗାମୁଛା । ଧଳା ସାର୍ଟକୁ ପାଣ୍ଟ । ମୁଣ୍ଡରେ ନାଲି  ତିଳକ । ସୁଟ୍‌ବୁଟ୍ ପିନ୍ଧା ଯୁବକ ଏକଦମ ଭଦ୍ର ଲୋକ ପରି ମନେ ହେଉଛନ୍ତି । ହେଲେ ହାତରେ ଧରିଛନ୍ତି ବିରାଟ ଖଣ୍ଡା । ଦିନ ଦ୍ୱିପ୍ରହରରେ ରାଜରସ୍ତାରେ ଖଣ୍ଡା ବୁଲାଇଲେ । ଏଣେତେଣେ ଖଣ୍ଡା ଧରି ଦୌଡିଲେ । ଭାଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରାରେ ଦେଖିବାକୁ ମିଳିଛି କିଛି ଏପରି ଦୃଶ୍ୟ । ଖଣ୍ଡା ଧରି ରାଜପଥରେ ଆତଙ୍କ ଖେଳାଇଛନ୍ତି ଜଣେ ଯୁବକ ।

ଭଦ୍ରକ ଜିଲ୍ଲା ଧାମରାରେ ଚାଲିଛି ମକର ମେଳା । ହଜାର ହଜାର ଲୋକଙ୍କ ଭିଡ଼ ଲାଗିଛି । ଏହି ସମୟରେ ଜଣେ ଯୁବକ ଖଣ୍ଡା ଧରି ରାଜପଥ ଉପରେ ଆତଙ୍କ ସୃଷ୍ଟି କରିଥିଲେ । ଯାହାଫଳରେ ଲୋକମାନେ ଦୌଡାଦୌଡି କରିଥିଲେ । ଧାମରା ମକର ମେଳାରୁ ଖଣ୍ଡା କିଣିଥିଲା ଯୁବକ ।  ଖଣ୍ଡାଧାରୀ ଯୁବକ ଜଣକ ହେଉଛନ୍ତି ଶଶିକାଦେଇପୁରର ମାନସ ବାରିକ । ବିଚ୍ ରାସ୍ତାରେ ଗାଡ଼ି ଅଟକାଇ ଖଣ୍ଡା ଚଳାଇଲେ ଯୁବକ ଜଣଙ୍କ । ଯୁବକ ଜଣକ ଟ୍ରକକୁ ଅଟକାଇ ଡ୍ରାଇଭରକୁ ଧମକାଇ ୫୦୦୦ ଟଙ୍କା ନେଇ ଯାଇଥିଲେ ।  ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏପିରିକି ଅନେକ କାର ଓ ବାଇକ ଚାଳକ ନିଜ ନିଜ ଗାଡ଼ି ଛାଡ଼ି ପଳାଇଥିଲେ । ଶେଷରେ କିଛି ସାହାସୀ ଯୁବକ ଏହି ଖଣ୍ଡାଧାରୀ ଯୁବକଙ୍କୁ ମାଡ଼ି ବସିଥିଲେ । ତୁରନ୍ତ ଧାମରା ଥାନାକୁ ଖବର ଦେଇଥିଲେ ।

ଯୁବକଙ୍କୁ ଖଣ୍ଡା ବୁଲାଇବା ମହଙ୍ଗା ପଡିଛି । ପୁଲିସ୍ ତାଙ୍କୁ ଗିରଫ କରିବା ସହ ଖଣ୍ଡା ଓ ୫ ହଜାର ଟଙ୍କାର ଜବତ କରିଛି । ଅନ୍ୟ ଦୁଇ ଯୁବକ ବାଇକ୍ ଧରି ଫେରାର ହୋଇଥିବା ଜଣାପଡିଛି ।  ଧାମରା ଥାନା କଇଥଖୋଲା ଅଞ୍ଚଳରେ ଘଟିଛି ଘଟଣା । ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme