Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଯୋଧ୍ୟା ଯିବ ‘ସ୍ୱର୍ଣ୍ଣ ଧନୁ’, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Posted on January 19, 2026

ଓଡ଼ିଶାରୁ ଅଯୋଧ୍ୟା ଯିବ ଧନୁ। ‘ସ୍ୱର୍ଣ୍ଣ ଧନୁ’ ପୁରୀରେ ପହଞ୍ଚିବା ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଧନୁ ରାଉରକେଲାରୁ ଆସି ରାଜ୍ୟର ବିଭିନ୍ନ ଜିଲ୍ଲା ଅତିକ୍ରମ କରି ପୁରୀରେ ପହଞ୍ଚିଛି। ବଡ଼ଦାଣ୍ଡାରେ ଶ୍ରୀରାମଙ୍କ ‘ସ୍ୱର୍ଣ୍ଣ ଧନୁ’କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଉତ୍ତରପାର୍ଶ୍ବ ମଠରେ ପହଞ୍ଚିବା ପରେ ଏହି ଧନୁକୁ ଭକ୍ତମାନେ ମଠ ପରିସରରେ ଦର୍ଶନ କରିବାକୁ ସୁଯୋଗ ପାଇଥିଲେ। ଆଧ୍ୟାତ୍ମିକ ପରିବେଶ ମଧ୍ୟ ଭକ୍ତଙ୍କ ଗହଣାରେ ଧନୁ ଶ୍ରୀମନ୍ଦିର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଅଯୋଧ୍ୟା ଅଭିମୁଖେ ମେଲାଣି ଦିଆଯିବ। ଆସନ୍ତା ୨୨ ତାରିଖରେ ଏହାକୁ ଅଯେଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚରଣରେ ଅର୍ପଣ କରାଯିବ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ସ୍ପର୍ଶ କରାଇ ଅଯୋଧ୍ୟା ରାମ ମନ୍ଦିର ସଂଗ୍ରହାଳୟରେ ଏହା ସ୍ଥାନିତ କରାଯିବ।

ରାଉଲକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ସୁନାର ଧନୁକୁ ନିର୍ମାଣ କରାଯାଇଛି । ଏହି ସ୍ବର୍ଣ୍ଣର ଧନୁ ୩୦ଟି ଜିଲ୍ଲା ଭ୍ରମଣ କରିଥିବା ବେଳେ ରବିବାର ରାତିରେ ପୁରୀରେ ଆସି ପହଞ୍ଚିଥିଲା। ୧ କେଜି ସୁନା, ଅଢ଼େଇ କେଜି ରୁପା ସହ ତମ୍ବା, ଜିଙ୍କ ଓ ଲୁହା ମିଶ୍ରଣରେ ୨୮୬ କେଜି ବିଶିଷ୍ଟ ଧନୁ ପ୍ରସ୍ତୁତ କରାଯାଇଛି। ୩୦ ଜିଲ୍ଲା ଭ୍ରମଣ ପରେ ଅଯୋଧ୍ୟା ଅଭିମୁଖେ ବାହାରିବ ସ୍ୱର୍ଣ୍ଣ ଧନୁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme