
ବମ ଖାଇ ହାତୀ ମୁତ୍ୟୁ ଘଟଣା ପରେ ପୁଲିସର କଡା ଆକ୍ସନ। ୬୦ କେଜି ଓଜନର ବମ ସହ ବିସ୍ଫୋରକ ସାମଗ୍ରୀ ଜବତ କଲା ଅନୁଗୁଳ ପୁଲିସ।
ଅନୁଗୁଳ ଜିଲ୍ଲାରେ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ କରିଛି ପୁଲିସ। ବହୁ ପରିମାଣର ବିସ୍ଫୋରଣ ସାମଗ୍ରୀ ଜବତ କରିଛି। ଯେଭଳି ଭାବେ ବମ ଖାଇ ହାତୀର ମୁତ୍ୟୁ ହେଲା ତାକୁ ଆଖି ଆଗରେ ରଖି ବେଆଇନ ବାଣ ଗୋଦାମ ଏବଂ ବାଣ ଗଛିତ ରଖିଥିବା ଦୋକାନ ଉପରେ ଚଢ଼ାଉ ପାଇଁ ଏକ ଡ୍ରାଇଭ ଜାରି ରଖିବ ପୁଲିସ ବୋଲି ଅନୁଗୁଳ ଏସ୍ପି କହିଛନ୍ତି। ବାଣ ବିକ୍ରୀ କରୁଥିବା ମହିଧରପୁର ଅଞ୍ଚଳରେ ଆନନ୍ଦ ସାହୁଙ୍କୁ ଗିରଫ କରିବା ସହ ୬୦ କେଜି ଓଜନର ବାଣ ଜବତ କରି ଏକ ମାମଲା ରୁଜୁ କରିଛି। ଆଗାମୀ ଦିନରରେ ଏହି ଡ୍ରାଇଭକୁ ସକ୍ରିୟ କରିବା ପାଇଁ ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଅନୁଗୁଳ ଏସପି।
