Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାତି ୮ଟା ୩ ମିନିଟ୍, ୭ ସେକେଣ୍ଡରେ ଶ୍ମଶାନରେ ପରିଣତ ହେବ ଜନବସତି

Posted on January 18, 2026

୧୨ ଅଗଷ୍ଟ ୨୦୨୬, ରାତି ୮ଟା ୩ ମିନିଟ୍ । ୭ ସେକେଣ୍ଡ ପାଇଁ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି । ଆଉ ତା’ ପରେ ଯାହା ହବ, ବଞ୍ଚିଥିଲେ ନିଶ୍ଚିତ ଦେଖିବେ । ଏଇ ୭ ସେକେଣ୍ଡରେ କ’ଣ ଯେ ଘଟିଯିବ, ତାହା କଳ୍ପନା ବି କରିହେବନି । ଚେୟାର, ଟେବୁଲ, ପଲଙ୍କ ସବୁ ଆକାଶରେ ଝୁଲୁଥିବ । ଏଇ ୭ ସେକେଣ୍ଡ ପରେ ଆକାଶରୁ ପୁଣି ଦାଲୁ କିଣି ତଳକୁ ଖସିପଡ଼ିବ । ଏ ତ ଥିଲା ନିର୍ଜୀବଙ୍କ କଥା । ଭାବନ୍ତୁ ମଣିଷ-ପଶୁପକ୍ଷୀଙ୍କ ଅବସ୍ଥା କ’ଣ ହବ ? ଆଜି ଯେଉଁଠି ଜନବସତି ଅଛି, ସେଇ ୭ ସେକେଣ୍ଡରେ ତାହା ଶ୍ମଶାନରେ ପରିଣତ ହେବ । କୋଟି କୋଟି ଲୋକଙ୍କ ମୃତ୍ୟୁ ହେବ । ଯୁଆଡ଼େ ଦେଖିବେ ଖାଲି ଖାଁ ଖାଁ ।

ଏକଥା ଆମେ କହୁନୁ, ସୋସିଆଲ ମିଡିଆରେ ଏଭଳି ଅଜବ ଦାବି କରୁଛନ୍ତି ୟୁଜର୍ସ । ଭାଇରାଲ ହେଉଥିବା ଏହି ରିପୋର୍ଟଟି କେତେ ସତ କେତେ ମିଛ ବୈଜ୍ଞାନିକମାନେ ଏହି ଗୁଜବର ଖୁଲାସା କରିଛନ୍ତି । ପ୍ରଥମେ ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ତଥ୍ୟଟି କ’ଣ ? ସୋସିଆଲ ମିଡିଆରେ ଦାବି ହେଉଥିବା ଏହି ରିପୋର୍ଟ ଅନୁସାରେ, ୧୨ ଅଗଷ୍ଟ ୨୦୨୬, ରାତି ୮ଟା ୩ ମିନିଟ୍ରେ ୭ ସେକେଣ୍ଡ ପାଇଁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଶେଷ ହୋଇଯିବ । ମହାକାଶରେ ଦୁଇଟି ବ୍ଲାକ୍ ହୋଲ୍ ତରଙ୍ଗ ପରସ୍ପର ଧକ୍କା ହେବ, ଫଳରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ୯୪% ପର୍ଯ୍ୟନ୍ତ କମିଯିବ । ଯାହା ଫଳରେ କୋଟି କୋଟି ଲୋକଙ୍କର ମୃତ୍ୟୁ ହେବ । ଏହି ଘଟଣା ବିଷୟରେ ନାସା କାହିଁ କେତେ ବର୍ଷ ଆଗରୁ ଜାଣିଛି ବୋଲି ମଧ୍ୟ ଦାବି କରାଯାଉଛି । ଏପରିକି ଏଥିପାଇଁ ବଡ଼ ବଡ଼ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ଗୁପ୍ତ ବଙ୍କର୍ ମଧ୍ୟ ତିଆରି କରାଯାଇଛି । ଗୁଜବ ପ୍ରଚାରକମାନେ ଦାବି କରୁଛନ୍ତି ଯେ, ସରକାର ସାରା ବିଶ୍ୱରେ ଆତଙ୍କକୁ ରୋକିବା ପାଇଁ ଏହି ସୂଚନା ଲୁଚାଉଛନ୍ତି ।

ଗୁଜବରେ ଦାବି କରାଯାଉଛି ଯେ, ୨୦୨୪ ମସିହାରେ ନାସାର ଏକ ଗୁପ୍ତ ଡକ୍ୟୁମେଣ୍ଟ ଲିକ୍ ହୋଇଥିଲା । ଯାହାର ନାଁ ‘ପ୍ରୋଜେକ୍ଟ ଆଙ୍କର’ । ଏଥିପାଇଁ ସରକାର ୮୯ ଅରବ ଡଲାର୍ ଖର୍ଚ୍ଚ କରିଥିବା କଥା ମଧ୍ୟ କୁହାଯାଉଛି । କିନ୍ତୁ ବାସ୍ତବତା ହେଉଛି, ନାସାର ଏପରି କୌଣସି ପ୍ରୋଜେକ୍ଟ ନାହିଁ । ବୈଜ୍ଞାନିକ ଓ ମହାକାଶବିଜ୍ଞାନୀମାନଙ୍କ କହିବା ଅନୁଯାୟୀ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ତଥ୍ୟଟି ସମ୍ପୂର୍ଣ୍ଣ ମିଛ ଓ ଅସମ୍ଭବ । ଏହି ଖବରଟି କେବଳ ଲୋକଙ୍କୁ ଭୟଭୀତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ବିଜ୍ଞାନ ଅନୁସାରେ, ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏଭଳି ହଠାତ୍ ଉଭାନ ହୋଇଯିବା କୌଣସି ପ୍ରକାରେ ବି ସମ୍ଭବ ନୁହେଁ । ନାସା କିମ୍ବା ଅନ୍ୟ କୌଣସି ବୈଜ୍ଞାନିକ ସଂସ୍ଥା ଏପରି କୌଣସି ଘୋଷଣା କରିନାହାନ୍ତି । ଏହା କଳ୍ପନାତୀତ, ବିଜ୍ଞାନ ସହିତ ଏହାର କୌଣସି ସମ୍ୱନ୍ଧ ନାହିଁ ବୋଲି ବୈଜ୍ଞାନିକ କହିଛନ୍ତି । ଏହା କେବଳ ଭ୍ରମ ଓ ଆତଙ୍କ ସୃଷ୍ଟି କରିବାକୁ ପ୍ରଚାରିତ ହେଉଥିବା ଏକ ମିଥ୍ୟା ଖବର । ତେଣୁ ସୋସିଆଲ ମିଡିଆରେ ଏପରି ଭୟଭୀତ କରୁଥିବା ଗୁଜବରେ ଭରସା ନକରି, ଭରସାଯୋଗ୍ୟ ବୈଜ୍ଞାନିକ ସୂତ୍ର ଓ ସରକାରୀ ସୂଚନା ଉପରେ ଭରସା କରନ୍ତୁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme