Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖଣ୍ଡଗିରି ମେଳା ପାଇଁ କମିଶନରେଟ୍‌ ପୁଲିସ ପ୍ରସ୍ତୁତ: ମୁତୟନ ହେବେ ୭ ପ୍ଲାଟୁନ୍‌ ପୁଲିସ ଫୋର୍ସ

Posted on January 18, 2026

ଖଣ୍ଡଗିରି ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ କମିଶନରେଟ୍ ପୁଲିସ ସମ୍ପୂର୍ଣ୍ଣ ତୟାର ରହିଛି । ପୁଲିସ ପକ୍ଷରୁ ଖଣ୍ଡଗିରି ମୁଣ୍ଡିଆ ରାସ୍ତାରେ ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ମେଳା ଭିଡ଼କୁ ନଜର ରଖିବ ସିସି କ୍ୟାମେରା । ଭିଡ଼କୁ ଲକ୍ଷ୍ୟ ରଖି ମେଳା ସମେତ ଖଣ୍ଡଗିରି ଚତୁଃପାଶ୍ୱର୍ରେ ୧୦୦ଟି ସ୍ଥାନରେ ସିସି କ୍ୟାମେରା ଲଗାଯିବା ପାଇଁ ବିଏମ୍‌ସି ଏବଂ ପୁଲିସ ପକ୍ଷରୁ ନିଷ୍ପତ୍ତି ହୋଇଛି । ପୁଲିସ କଣ୍ଟ୍ରୋଲ ରୁମ୍‌ରୁ ସିସି କ୍ୟାମେରା ଦ୍ୱାରା ନଜର ରଖାଯିବ । ମେଳା ପାଇଁ ୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ । ସାଦା ପୋଷାକଧାରୀ ପୁଲିସ ଏବଂ ମହିଳା ପୁଲିସ ମଧ୍ୟ ନିୟୋଜିତ ରହିବେ । ମେଳା ସମୟରେ ଖଣ୍ଡଗିରି ଛକରେ ଅସମ୍ଭାଳ ଭିଡ଼ ହେବ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍ ପୁଲିସ ସହିତ ଟ୍ରାଫିକ ୱାର୍ଡେନ୍ ମୁତୟନ ରହିବେ । ସେହିପରି ଯେ କୌଣସି ଅଘଟଣ ପାଇଁ ୨୪ ଘଣ୍ଟିଆ ଅଗ୍ନିଶମ ବାହିନୀ ସଜାଗ ରହିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।

ଯାତ୍ରା କମିଟିଗୁଡ଼ିକ ମଧ୍ୟ ଟେଣ୍ଟ୍ ଭିତରେ ଏବଂ ଗେଟ୍ ମୁହଁରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏଥି ସହ ପ୍ରତ୍ୟେକ ପେଣ୍ଡାଲ ସମ୍ମୁଖରେ ପୁଲିସ ଏଡ୍‌ପୋଷ୍ଟ ରହିବ । ପ୍ରତ୍ୟେକ ଯାତ୍ରା କମିଟିର ଦୁଇଜଣ ସଭ୍ୟ ପୁଲିସକୁ ସହାୟତା କରିବା ପାଇଁ ସ୍ୱତନ୍ତ୍ର ଭାବେ ନିୟୋଜିତ ରହିବେ । ସେମାନଙ୍କୁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୂଜାଙ୍କ ମହୋତ୍ସବଠାରୁ ଆରମ୍ଭ କରି ମେଳା ଆରମ୍ଭ ଅର୍ଥାତ ମାଘ ସପ୍ତମୀଦିନ ଠାକୁର ଅନନ୍ତ କେଶରୀଙ୍କ ଯାତ୍ରା ଚିରାଚରିତ ଢ଼ଙ୍ଗରେ ପାଳନ କରାଯିବା ପାଇଁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme