Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆରମ୍ଭ ହେଲା ପକ୍ଷୀ ଗଣନା, ୫ଟି ରେଞ୍ଜରେ ମୋଟ ୨୨ଟି ଗଣନାକାରୀ ଟିମ୍ ସାମିଲ

Posted on January 18, 2026

ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା। ଚିଲିକା ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିକ୍ଷକ ଅମ୍ଳାନ ନାୟକଙ୍କ ନେତୃତ୍ବରେ ୫ ଟି ରେଞ୍ଜ ଅଧିନସ୍ଥ ପକ୍ଷୀ ଗଣନା ଚାଲିଛି। ଚିଲିକା ଡିଭିଜନ ଅଧିନସ୍ଥ ବାଲୁଗାଁ ରେଞ୍ଜ ଅଧିନ ନଳବଣ ୪ ଟି ଓ ପାରିକୁଦ ଗଡ଼ ୧, ନୂଆପଡା ୧,ସାତପଡ଼ା ୩, ଟାଙ୍ଗୀ ୫ ଓ ଅନ୍ୟାନ୍ୟ ରେଞ୍ଜରେ ଗଣନାକାରୀ ଟିମଙ୍କ ସହ ବନବିଭାଗ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ସହ ପକ୍ଷୀ ବିଷାରଦ ,ବନ ସୁରକ୍ଷା ସମିତି ପ୍ରମୁଖଙ୍କୁ ପକ୍ଷୀ ଗଣନାରେ ନିୟୋଜିତ କରାଯାଇଥିବା ବେଳେ ବାଇନାକୁଲାର ମାଧ୍ୟମରେ ପକ୍ଷୀ ଗଣନା ହୋଇଥିଲା। ନୀଳ ଜଳରାଶି ଚିଲିକାର ଶୋଭାବର୍ଦ୍ଦନ କରୁଥିବା ପ୍ରବାସୀ ଅତିଥି ପକ୍ଷୀଙ୍କୁ ନେଇ ଉତ୍ସାହ ଦେଖାଦେଇଛି। ଚିଲିକାରେ ଚଳିତ ବର୍ଷ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଓ ସ୍ଥାନୀୟ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସକାଳ ୬ଟାରୁ ଅପରାହ୍ଣ ୧ ଘଟିକା ଯାଏଁ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୨ଟି ଟିମ ପକ୍ଷୀ ଗଣନା କରିବେ । ପ୍ରତି ଟିମ୍ରେ ଜଣେ ପକ୍ଷୀ ବିଶାରଦ ଏବଂ ୩ରୁ ୫ ଜଣ ଗଣନାକାରୀ ରହିବେ । ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡ଼ିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟମାନେ ସାମିଲ ହୋଇଛନ୍ତି । ଗଣନା ସମୟରେ ଚିଲିକାରେ ମତ୍ସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ନିଷେଧ କରାଯାଇଛି।

ସେହିପରି ଚିଲିକାରେ ଡଲ୍ଫିନ ଗଣନା ୨୦ ତାରିଖରେ ହେବ । ଏହି ଗଣନା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୧୯ରେ ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ଦିଆଯିବ । ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ନିୟୋଜିତ ହେବେ । ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ ବୋଲି ଡିଏଫ୍ଓ ଜଣାଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme