Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇଣ୍ଡିଗୋ ଝଟକା: ଯାତ୍ରୀଙ୍କୁ ହଇରାଣ କରି ଗଣିବ ୨୨ କୋଟିର ଜରିମାନା

Posted on January 18, 2026

ଦେଶର ପ୍ରମୁଖ ଘରୋଇ ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ (IndiGo) କୁ ଏକ ବଡ଼ ଧରଣର ଆର୍ଥିକ ଦଣ୍ଡ ସହ୍ୟ କରିବାକୁ ପଡ଼ିଛି। ବିମାନ ଚଳାଚଳରେ ବିଭ୍ରାଟ ଏବଂ ଯାତ୍ରୀଙ୍କୁ ଅକଥନୀୟ ହଇରାଣ କରିଥିବା ଅଭିଯୋଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କମ୍ପାନୀ ଉପରେ ୨୨ କୋଟି ୨୦ ଲକ୍ଷ ଟଙ୍କାର ମୋଟା ଅଙ୍କର ଜରିମାନା ଲଗାଇଛି। ଗତ ଡିସେମ୍ବର ମାସରେ ଦେଖାଦେଇଥିବା ବିଶୃଙ୍ଖଳା ପାଇଁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ଇଣ୍ଡିଗୋର ପ୍ରାୟ ୨,୫୦୭ଟି ବିମାନ ରଦ୍ଦ ହୋଇଥିବା ବେଳେ ୧,୮୫୨ଟି ବିମାନ ବିଳମ୍ବରେ ଚଳାଚଳ କରିଥିଲା। ପର୍ଯ୍ୟାପ୍ତ ପାଇଲଟ୍ ଏବଂ କ୍ରୁ ମେମ୍ବର ନଥାଇ ମଧ୍ୟ କମ୍ପାନୀ ଅତ୍ୟଧିକ ବୁକିଂ କରିଥିଲା, ଯାହାଫଳରେ ହଜାର ହଜାର ଯାତ୍ରୀ ବିମାନ ବନ୍ଦରରେ ଫସି ରହିଥିଲେ। ଏହି ଘଟଣାର ଅନୁଧ୍ୟାନ ପାଇଁ ଗଠିତ ୪ ଜଣିଆ କମିଟିର ରିପୋର୍ଟ ଆଧାରରେ ୬୮ ଦିନ ପର୍ଯ୍ୟନ୍ତ ନିୟମ ଉଲ୍ଲଂଘନ ପାଇଁ ଦୈନିକ ୩୦ ଲକ୍ଷ ଟଙ୍କା ହିସାବରେ ଏହି ଜରିମାନା ଧାର୍ଯ୍ୟ କରାଯାଇଛି।
ଏହା ବ୍ୟତୀତ ଭବିଷ୍ୟତରେ ନିୟମ ପାଳନ ସୁନିଶ୍ଚିତ କରିବାକୁ ଡିଜିସିଏ (DGCA) କମ୍ପାନୀକୁ ୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିବାକୁ ନିର୍ଦ୍ଦେଶ ଦେଇଛି। ଏପରିକି ଦାୟୀ ଥିବା ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଅନ୍ୟପଟେ ଇଣ୍ଡିଗୋ ନିଜର ଭୁଲ୍ ସ୍ୱୀକାର କରିବା ସହ ପ୍ରଭାବିତ ଯାତ୍ରୀଙ୍କୁ କ୍ଷତିପୂରଣ ସ୍ୱରୂପ ୧୦ ହଜାର ଟଙ୍କାର ‘ଟ୍ରାଭେଲ୍ ଭାଉଚର’ ପ୍ରଦାନ କରୁଥିବା ସୂଚନା ଦେଇଛି, ଯାହାକୁ ଯାତ୍ରୀମାନେ ବର୍ଷକ ମଧ୍ୟରେ ବ୍ୟବହାର କରିପାରିବେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ୨୫ରେ ମାଘ ସପ୍ତମୀ ବୁଡ଼: ଅର୍କକ୍ଷେତ୍ରକୁ ଛୁଟି ଆସିବେ ଶ୍ରଦ୍ଧାଳୁ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ
  • ରାତି ୮ଟା ୩ ମିନିଟ୍, ୭ ସେକେଣ୍ଡରେ ଶ୍ମଶାନରେ ପରିଣତ ହେବ ଜନବସତି
  • ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ, ବାରାଣସୀ-ଅଯୋଧ୍ୟା ପଣ୍ଡିତଙ୍କ ଦ୍ୱାରା ସ୍ଥାପିତ
  • ପୁଣି ଉପରମୁହାଁ ବାୟୁ ପ୍ରଦୂଷଣ, ଗ୍ରାପ୍‌-୪ ଲାଗୁ, ସମସ୍ତ ନିର୍ମାଣ କାମ ବନ୍ଦ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,514)
  • ସ୍ପେଶାଲ୍ ରିପୋର୍ଟ (266)
©2026 JBR Samachar | Design: Newspaperly WordPress Theme