ପାର୍କିଂ ଫି ନିଷ୍ପତ୍ତିରୁ ଓହରିଲା ପ୍ରଶାସନ, ଏବେ ୪ ଚକିଆ ଯାନ ପାଇଁ ୨୪୦ ଟଙ୍କା

ଭକ୍ତ ନିବାସରେ ଗାଡ଼ି ପାର୍କିଂ ଫି ୫୦୦ ଟଙ୍କା ବୃଦ୍ଧି ଘଟଣା । ନିଜ ନିଷ୍ପତ୍ତିରୁ ଓହରିଲା ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଚାରିଚକିଆ ଯାନ ପାର୍କିଂ ୫ଶହ ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲା । ବର୍ତ୍ତମାନ ତାହା ଏବେ ୫୦୦ ଟଙ୍କାରୁ ଖସି ୨୪୦ କରାଯାଇଛି । ପୁରୀରେ ଥିବା ୪ଟି ଭକ୍ତ ନିବାସରେ ଏହି ପାର୍କିଂ ଫି ଆଦାୟ କରାଯିବ । ରବିବାରଠୁ ଏହି ନୂଆ ପାର୍କିଂ ଦର ଲାଗୁ ହେବ । ଏନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
