Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା

Posted on January 17, 2026

ଅଷ୍ଟ୍ରେଲିଆରେ ପିଲାଙ୍କୁ ସୋସିଆଲ ମିଡିଆ ବ୍ୟାନ୍ ପରେ ହଟିଲା ୪୭ ଲକ୍ଷ ଆକାଉଣ୍ଟ। ୫ ଲକ୍ଷ ୪୪ ହଜାର ଆକାଉଣ୍ଟ ରଦ୍ଦ କଲା ମେଟା। ସରକାରଙ୍କ ଇ-ସେଫ୍ଟି କମିଶନରଙ୍କ ଦ୍ଵାରା ଜାରି ହୋଇଥିବା ତଥ୍ୟରୁ ଖୁଲାସା। ଡିସେମ୍ଵର ୧୦ରେ ୧୬ ବର୍ଷରୁ କମ୍ ବୟସ୍କ ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲାଗିଥିଲା। ଏହାପରେ ପିଲାମାନଙ୍କ ଆକାଉଣ୍ଟକୁ ଡିଆକ୍ଟିଭ୍ କରାଯାଇଛି। ୧୦ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏନେଇ ସରକାରଙ୍କୁ ତଥ୍ୟ ପ୍ରଦାନ କରିଛି।

ଅଷ୍ଟ୍ରେଲିଆ ଦୂରସଞ୍ଚାର ମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ କହିଥିଲେ ଏହା ସମ୍ଭବ ନୁହେଁ ବୋଲି, “ଆମେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛୁ। ଏବେ ଅଷ୍ଟ୍ରେଲିଆର ପିଲାମାନେ ସେମାନଙ୍କର ଶୈଶବ ଫେରି ପାଇପାରିବେ ବୋଲି ପିତାମାତାମାନେ ନିଶ୍ଚିତ ହୋଇପାରିବେ।” ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଉତ୍ସାହଜନକ ଭାବେ କମ୍ପାନୀମାନେ ପ୍ରତିବନ୍ଧକକୁ ପାଳନ କରିଛନ୍ତି। ରାତାରାତି ପରିବର୍ତ୍ତନ ହୋଇପାରିବ ନାହିଁ। ପ୍ରାରମ୍ଭିକ ସଙ୍କେତରୁ ଜଣାପଡ଼ୁଛି ଯେ ପରିବର୍ତ୍ତନ ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ।”

ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୧ ତାରିଖ ସୁଦ୍ଧା ମେଟା ଏହାର ପ୍ଲାଟଫର୍ମ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଥ୍ରେଡସରେ ୫,୪୪,୦୦୦ ରୁ ଅଧିକ ଆକାଉଣ୍ଟକୁ ଡିଆକ୍ଟିଭ୍ କରିଛି। ତେବେ ପ୍ରତିବନ୍ଧକ ଲାଗିଥିବା ୧୦ଟି ପ୍ଲାଟଫର୍ମ ମଧ୍ୟରୁ ପ୍ରତ୍ୟେକ କମ୍ପାନୀ କେତେ ଆକାଉଣ୍ଟ ହଟାଇଛନ୍ତି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme