
ଛତିଶଗଡ଼ ବିଜାପୁରରେ ମାଓବାଦୀ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଟପ୍ ମାଓନେତା ପାପା ରାଓ ଥିବା ସୂଚନା ମିଳିଛି । ଏବେ ବି ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଛି । ଡିଆରଜି, ଏସଟିଏଫ୍ ଏବଂ ସିଆରପିଏଫ୍ ବାହିନୀର ମିଳିତ ଅପରେସ୍ ହୋଇଥିବା ବିଜାପୁର ଏସ୍ପି ସୂଚନା ଦେଇଛନ୍ତି ।
