
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର। ତାଳଚେର କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୁମନ୍ତ କୁମାର ପଟେଲ ଲାଞ୍ଚ ନେଇ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସେ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ଡାକ୍ତର ସୁମନ୍ତ କୁମାର ପଟେଲ ଆଜି ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ ।ଡାକ୍ତର ଖାନା ର BPM ଙ୍କ ଠାରୁ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ନଗଦ ୪୯ ହାଜର ଟଙ୍କା ଜବତ କରିଛି।ସେ ହସ୍ପିଟାଲ ର CHO ମାନଙ୍କର ପ୍ରୋତ୍ସାହନ ରାଶି କରେଇଦେବା ପାଇଁ ଲାଞ୍ଚ ନେଉଥିଲେ। ପ୍ରଥମେ ଜାନୁଆରୀ ମାସରୁ ଜୁନ ଓ ପରେ ଡିସେମ୍ବର ପର୍ଯ୍ୟନ୍ତ କରାଇ ଦେବା ପାଇଁ ଏହି ଲାଞ୍ଚ ନେଉଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।
